କାର୍ତ୍ତିକେଶ୍ୱର ମେଢ଼ ଭସାଣକୁ ନେଇ ଗୋଷ୍ଠୀ ସଂଘର୍ଷ

ଯାଜପୁର: ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ଛତିଆରେ କାର୍ତ୍ତିକେଶ୍ୱର ମେଢ ଭସାଣକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଛି। ଭସାଣ ବେଳେ ଦୁଇ ସାହି ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ସଂଘର୍ଷ ହୋଇଥିବା ଜଣାପଡ଼ିଛି।

ଟେକାପଥର ମାଡ଼ରେ ଅନେକ ଆହତ ହୋଇଥିବା ବେଳେ ଏକାଧିକ ଗାଡ଼ି ଭାଙ୍ଗି ଥିବା ଅଭିଯୋଗ ହୋଇଛି।

ଖବର ପାଇବା ପରେ ଅତିରିକ୍ତ ଏସପି ଓ ଏସଡ଼ିପିଓ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି। ପୁଲିସ ୬ ଜଣକୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ଗାଁରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛି।

You might also like