• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର : ଭୁବନେଶ୍ୱର ରଘୁନାଥନଗର ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରେ ୫ ପ୍ଲାଟୁନ ପୁଲିସ ଫୋର୍ସ ସହିତ ଓଡିଶା ସ୍ୱିଫ୍ଟ ଅାକ୍ସନ ଫୋର୍ସ ବି ମୁତୟନ କରାଯାଇଛି। ସୋମବାର ବିଳମ୍ବିତ ରାତିରେ ଖଣ୍ଡଗିରି ଥାନାର ରଘୁନାଥନଗର ଅଞ୍ଚଳରେ ବୋମାମାଡ଼ ହୋଇଥିଲା।

ଏଥିରେ ଗୋଟିଏ ଘର କ୍ଷତିଗ୍ରସ୍ତ ହୋଇଛି। ବୋମା ଏତେ ଶକ୍ତିଶାଳୀ ଥିଲା ଯେ, ୨ଟି ବାଇକ୍ ଜଳି ଯାଇଛି।  ବୋମାମାଡ଼ କରି କିଛି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ ୨ ଜଣଙ୍କୁ ଅଟକାଇ ସ୍ଥାନୀୟ ଲୋକ ଧୁମ୍‌ ଛେଚିଛନ୍ତି । ୨ ଜଣ ମେଡିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ତା ସହିତ ବୋମାମାଡର ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ବୁଝାସୁଝା ପାଇଁ ଖଣ୍ଡଗିରି ପୁଲିସର ଉଦ୍ୟମ ବେଳେ ଉତ୍ତ୍ୟକ୍ତ ଲୋକେ ପିସିଅାର୍ ଭଙ୍ଗାରୁଜା କରିଥିଲେ।

ଲୋକଙ୍କ ଢ଼େଲାମାଡ଼ରେ ଖଣ୍ଡଗିରି ଥାନା ଅାଇଅାଇସିଙ୍କ ସମେତ ୪ ଜଣ ପୁଲିସ ଅାହତ ହୋଇଛନ୍ତି।  ଥାନାଧିକାରୀଙ୍କ ମୁହଁରେ ଗଭୀର ଅାଘାତ ଲାଗିଛି। ଏବେ ବି ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି।  ୨ ଗାଁ ମଧ୍ୟରେ ଥିବା ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ସରକନ୍ତରା ଓ ରଘୁନାଥନଗର ଲୋକଙ୍କ ମଧ୍ୟରେ ଶନିବାର ଗଣ୍ଡଗୋଳ ହୋଇଥିଲା। ଏନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା।

ତେବେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ୨ ଦିନ ତଳେ ସରକନ୍ତରା ଗାଁର କିଛି ଲୋକଙ୍କୁ ରଘୁନାଥନଗରର ଲୋକ ଥାନାରେ ଜିମା ଦେଇଥିଲେ। ପରେ ପୁଲିସ ସେମାନଙ୍କୁ  ଛାଡ଼ି ଦେଇଥିଲା । ସରକନ୍ତରାର ଗାଁ ଲୋକେ ଥାନାରୁ ଫେରିବା ପରେ ଏହି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ ସ୍ଥାନୀୟ ନେତୃବୃନ୍ଦଙ୍କୁ ଏକାଠି ଡକାଯାଇ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରହିଛି।

Group-clash-bombing-in-bhubaneswar-5-platoons-police-force-deployed
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories