ଶୌଚ ବାହାନାରେ ଅଧା ବାଟରୁ ବର ଫେରାର!

ନୟାଗଡ଼: ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ବରକୁ ସମସ୍ତେ ଅପେକ୍ଷା କରିଥିଲେ। ହେଲେ ଶୌଚ କରିବା ବାହାନାରେ ଅଧା ବାଟରୁ ବର କେଉଁଆଡ଼େ ଫେରାର ହୋଇଯାଇଥିଲା। ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଯଦୁପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ, ଅଡ଼ାଲ ଗାଁର ଜଣେ ଯୁବକଙ୍କ ବିବାହ ଯଦୁପୁର ଗାଁରେ ଜଣେ ଯୁବତୀଙ୍କ ସହ ସ୍ଥିର ହୋଇଥିଲା। ଗତ ଶନିବାର ଦିନ ଯୁବକ ଜଣକ ବରଯାତ୍ରୀ, ରୋଶଣି ନେଇ ଯଦପୁର ଗାଁକୁ ଯାଇଥିଲେ। ରୋଶଣି ପୂର୍ବରୁ  ଯୁବକ ଜଣକ ଶୌଚ ଯିବା ବାହାନାରେ ଗାଡ଼ିରୁ ଓହ୍ଲାଇ ଫେରାର ହୋଇଯାଇଥିଲା।

ସେପଟେ ବର ଫେରାର ହେବା ଖବର ଜଣାପଡ଼ିବା ପରେ କନ୍ୟା ଘର ଗାଁ ଲୋକେ ବରର ବାପା ଓ ବର ଗାଡ଼ି ସହ ରୋଶଣି ପାଇଁ ଯାଇଥିବା ଦୁଇଟି ଗାଡିକୁ ଅଟକ ରଖିଥିଲେ। ଏଥିସହ ବିବାହ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ ଦେବାକୁ ସେମାନେ ଦାବି କରିଥିଲେ।

ପରେ ଫେରାର ହୋଇଥିବା ଯୁବକ ଜଣକ ଫେରି ଆସି ଉକ୍ତ ଯୁବତୀଙ୍କୁ ବିବାହ ପାଇଁ କହିଥିଲେ। ହେଲେ ଯୁବତୀଙ୍କ ପରିବାର ଲୋକେ ଏଥିରେ ରାଜି ହୋଇନଥିଲେ ବୋଲି ସୂଚନା ମିଳିଛି।

You might also like