ଶଟ୍‌ଡାଉନ୍‌ ହୋଇଥିବା ଏହି ୩ ସହରରେ ଖୋଲିବ ତେଜରାତି ଦୋକାନ

ଭୁବନେଶ୍ୱର: ଭୁବନେଶ୍ୱର କଟକ ଓ ଭଦ୍ରକରେ କାଲି ସକାଳ ୭ଟାରୁ ଖୋଲିବ ତେଜରାତି ଦୋକାନ। ଏହି ତିନି ସହରରେ ଆଜି ରାତି ୮ଟାରେ ଶଟ୍‌ଡାଉନ କଟକଣା ହଟିବାକୁ ଥିବା ବେଳେ, ଲକ୍‌ଡାଉନ ବଳବତ୍ତର ରହିବ। ତେଣୁ ଏହି ତିନି ସହରରେ ତେଜରାତି ଦୋକାନ ଗୁଡ଼ିକ ଆସନ୍ତାକାଲି ସକାଳ ୭ ଟାରୁ ଖୋଲିବ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ କହିଛି।

ଆଜି ୮ଟା ପରେ ଦୋକାନୀ ମାନେ ହୋଲ୍‌ପର୍‌ଙ୍କ ଠାରୁ ଜିନିଷ ଆଣିବେ ଓ କାଲି ସକାଳ ୭ଟାରେ ସେମାନେ ଦୋକାନ ଖୋଲିବେ।  ଏଥିସହ ଦୋକାନ ଗୁଡ଼ିକରେ ଲୋକଙ୍କ ଗହଳି କମାଇବାକୁ କିଛି ଅତିରିକ୍ତ କାଉଣ୍ଟର ଖୋଲିବାକୁ ଯୋଜନା ଥିବା ମହାସଂଘ ସଂପାଦକ କହିଛନ୍ତି।

ବିଭିନ୍ନ ବସ୍‌ଷ୍ଟପ ଓ ମ୍ୟୁନିସିପାଲିଟି ଦୋକାନରେ ଏହି ଅତିରିକ୍ତ କାଉଣ୍ଟର ଖୋଲିବାର ପ୍ରସ୍ତାବ ରହିଛି। ସରକାର ଅନୁମତି ଦେଲେ ତାହା କାର୍ଯ୍ୟକାରୀ ହେବ। ତେବେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଖାଉଟି ସାମଗ୍ରୀ ମହଜୁଦ ଥିବାରୁ ଲୋକଙ୍କୁ ଆତଙ୍କିତ ନହୋଇ ସାମଗ୍ରୀ କିଣିବାକୁ ଓ ଦୋକାନରେ ଗହଳି ନକରିବାକୁ ଅପିଲ୍ କରିଛି ରାଜ୍ୟ ବ୍ୟବସାୟୀ ମହାସଂଘ।

ତେବେ ରବିବାର ରାତି ୯.୩୦ ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଭୁବନେଶ୍ୱରରେ ଆଉ ୧୬ କୋଭିଡ୍-୧୯ ପଜିଟିଭି ଚିହ୍ନଟ ହୋଇଥିବା ସୂଚନା ଦେବା ପରେ ପରବର୍ତ୍ତି ନିଷ୍ପତ୍ତି କଣ ହୋଇପାରେ ତାକୁ ହିଁ ଅପେକ୍ଷା।

You might also like