କରୋନା ଯୁଦ୍ଧରେ ସାମିଲ ହେଲେ ଗ୍ରୀନ ସୋଲ୍‌ଜର

ବାରିପଦା: କରୋନା ପାଇଁ ସାରା ଦେଶ ଲକ୍‌ଡାଉନ। ସବୁଆଡ ଖାଁ ଖାଁ। ରାସ୍ତାରେ କ୍ୱଚିତ୍‌ ମଣିଷଙ୍କୁ ଦେଖିବାକୁ ମିଳୁଛି। ହେଲେ ମୟୂରଭଞ୍ଜ ଜିଲ୍ଲାରେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଜିଲ୍ଲାର ଖାଁ ଖାଁ ରାସ୍ତାରେ ବୁଲୁଛି ସବୁଜ ସୈନିକ ଅର୍ଥାତ୍‌ ଗ୍ରୀନ୍‌ ସୋଲଜର।

କରୋନା ଯୁଦ୍ଧରେ ଏବେ ସାମିଲ ହୋଇଛନ୍ତି ଗ୍ରୀନ୍ ସୋଲଜର।  ପୂର୍ବରୁ ସବୁଆଡେ ପୋଲିସ ନିୟୋଜିତ ହେଉଥିବା ବେଳେ ପ୍ରଥମ କରି ମୟୂରଭଞ୍ଜ ଜିଲ୍ଲାରେ ଗ୍ରୀନ୍ ସୋଲଜର ଅର୍ଥାତ୍ ବନ ବିଭାଗ କର୍ମଚାରୀ ମାନଙ୍କୁ ନିୟୋଜିତ କରାଯାଇଛି । ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତର ଅନେକ ରାସ୍ତା ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବାରୁ ଏହି ରାସ୍ତାରେ କିଭଳି ପଶ୍ଚିମବଙ୍ଗ ଏବଂ ଅନ୍ୟ ରାଜ୍ୟରୁ କରୋନା ସଂକ୍ରମିତ ଓଡ଼ିଶା ପ୍ରବେଶ କରିନପାରିବେ, ସେନେଇ ବନ ବିଭାଗର ସୈନିକମାନେ ଏବେ ବର୍ଡରକୁ ଜଗିଛନ୍ତି।

ବାରିପଦା ବନଖଣ୍ଡ ଅଧୀନ ଝାରପୋଖରିଆ, ଶୁଳିଆପଦା, ରାସଗୋବିନ୍ଦପୁର, ଚାନ୍ଦୁଆ ଓ ମୋରଡ଼ା ଆଦି ୫ଟି ଥାନାର ବିଭିନ୍ନ ସ୍ଥାନର ଜଙ୍ଗଲିଆ ରାସ୍ତାରେ ଏହି ବନ କର୍ମଚାରୀମାନଙ୍କୁ ସୀମାର ଦାୟିତ୍ୱ ଦିଆଯାଇଛି।

ଆହୁରି ପଢ଼ନ୍ତୁ

You might also like