ମିଳିଲାନି ଦୁଇପାଦ ଜାଗା, ସତ୍କାର ହୋଇ ନ ପାରି ୨ ଦିନ ହେଲା ପଡ଼ିରହିଛି ଶବ

ନୟାଗଡ଼: ମୃତ୍ୟୁ ପରେ ଏଠି ମିଳୁନି ଦୁଇପାଦ ଜାଗା। ଗତ କାଲିଠୁ ପଡ଼ି ରହିଛି ମୃତଦେହ। ପରିବାର ଲୋକେ ସଂସ୍କାର କାମ କରିପାରୁ ନାହାନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଓଡ଼ଗାଁ ଶରଣକୁଳ ଭାଲିଆଡ଼ିହି ଗାଁରେ ।

ଶ୍ମଶାନ ଜାଗା ବିବାଦକୁ ନେଇ ଦୁଇ ସାହି ମଧ୍ୟରେ ଲାଗିଥିବା ବିବାଦରୁ ଏପରି ସ୍ଥିତି ଉପୁଜିଛି। ଶବ ଦାହ ହୋଇପାରିନଥିବା ବେଳେ ମୃତଦେହ ରଖି କଦଳୀପଲ୍ଲୀ-ଶିଖରପୁର ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

ଭାଲିଆଡ଼ିହି ଗାଁର ଉପର ସାହି ଏବଂ ପାଇକ ସାହି ମଧ୍ୟରେ ଶ୍ମଶାନ ଜାଗାକୁ ନେଇ ବିବାଦ ଲାଗି ରହିଛି । ଏପରି ସ୍ଥିତିରେ ଗତକାଲି ଉପର ସାହିର ୭୨ ବର୍ଷିୟ ନାଥ ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା। ଶବଦାହ ପାଇଁ ପରିବାର ଲୋକେ ଶ୍ମାଶନକୁ  ଯିବାବେଳେ ଏହାକୁ ପାଇକ ସାହିର ଲୋକମାନେ ବିରୋଧ କରିଥିଲେ। ଫଳରେ ଶବଦାହ ହୋଇ ପାରି ନ ଥିଲା।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 

ଆହୁରି ପଢ଼ନ୍ତୁ

କମୁନି କରୋନା ପ୍ରଭାବ; ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୦, ଆଖି ବୁଜିଲେ ୧୬

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ପାଇଁ ପ୍ରସ୍ତାବ

‘ମୋ ବାପାଙ୍କୁ ଅଫିସରେ ଡିଏମ୍‌ ବହୁତ ମାନସିକ ନିର୍ଯାତନା ଦେଉଥିଲେ’

ନଦୀ ଘାଟରେ ଡଙ୍ଗା ଭସାଇବା ମନା

୬ ବର୍ଷ ବିତିଯାଇଥିଲେ ବି ବ୍ୟାରେଜ କାମ ଆଗୋଉନଥିବା ଅଭିଯୋଗ

୭ ଜଣଙ୍କ ଉପରେ ଚଢାଇଦେଇ ଚାଲିଗଲା ଡମ୍ପର

ବିଧାନସଭାରେ ଉଠିଲା ନୟାଗଡ଼ର ପରୀ ହତ୍ୟା ପ୍ରସଙ୍ଗ

ବିଧାନସଭାରେ ପୁରୀ ପୂର୍ବତନ ଏସ୍‌ପିଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲା କଂଗ୍ରେସ୍‌

ପରୀ ହତ୍ୟା ମାମଲା; ମନ୍ତ୍ରୀ ଅରୁଣ ସାହୁଙ୍କୁ ନେଇ ଉଠିଲା ପ୍ରଶ୍ନ

IIFL ଲୁଟ୍ ଘଟଣାର ପର୍ଦ୍ଦାଫାସ୍,‌ ମାଷ୍ଟରମାଇଣ୍ଡ ଆଉ କେହି ନୁହେଁ କମ୍ପାନୀର..

୨ ଦିନ ପରେ ନାଗାର୍ଜୁନ ବେଶ

‘ଝିଅକୁ ମାରିବାରେ ଅରୁଣ ସାହୁଙ୍କ ହାତ ଅଛି’

You might also like