ବର୍ଷକର ନାତିକୁ ଆଈ ବିକ୍ରି କରିଥିବା ଅଭିଯୋଗ
ବିନିକା( ଦିଲ୍ଲୀପ ସାହୁ) : ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଛୁଆ ବିକ୍ରୀ ଅଭିଯୋଗ। ବିଶାଲପାଲି ଗାଁରେ ବର୍ଷକର କୋମଳମତି ଶିଶୁପୁତ୍ରକୁ ଆଈ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଏନେଇ ବିନିକା ଥାନାରେ ଅଭିଯୋଗ କରିଛନ୍ତି ଶିଶୁର ଜନ୍ମ କଲା ମାଆ।
ସସ୍ମିତା ଅସୁସ୍ଥ ଥିବାରୁ ଘରେ ଶୋଇଥିବା ବେଳେ ଆଈ ଜୟନ୍ତୀ ଜଗଦଲା ଏବଂ ବଳାରଙ୍ଗା ଗାଁ ଦଶରଥ ସୁନା ତାଙ୍କ ପୁଅକୁ ନେଇ ରାୟଗଡ଼ାରେ ବିକ୍ରି କରିଥିବା ଶିଶୁର ମାଆ ଅଭିଯୋଗ କରିଛନ୍ତି।
ଦୁଇ ମାସ ହେଲା ପୁଅକୁ ଝୁରୁଛନ୍ତି ସସ୍ମିତା। ସେପଟେ ଅଭିଯୋଗ ପରେ ପୁଲିସ ଆଈ ଜୟନ୍ତୀ ଜଗଦଲାଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ସ୍ୱାମୀ ଆରପାରିକୁ ଚାଲିଗଲା ପରେ ସସ୍ମିତା ମାଆ ଓ ବାପାଙ୍କ ସହ ବିଶାଲପାଲିରେ ଥିବା ରାଇସ୍ ମିଲରେ ଶ୍ରମିକ ଭାବେ କାମ କରୁଛନ୍ତି ସସ୍ମିତା।