କ୍ୱାରେଣ୍ଟିନ୍ କେନ୍ଦ୍ରରେ ପ୍ରବାସୀଙ୍କୁ ପିଟିଲେ ସରପଞ୍ଚଙ୍କ ସ୍ୱାମୀ!

ଜଗତସିଂହପୁର: କ୍ୱାରେଣ୍ଟିନ କେନ୍ଦ୍ରରେ ଜଣେ ପ୍ରବାସୀଙ୍କୁ ସରପଞ୍ଚଙ୍କ ସ୍ୱାମୀ ମାଡ଼ ମାରିଥିବା ଅଭିଯୋଗ। ଏଭଳି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା ଏରସମାବ୍ଲକ ଗଡ଼ବିଶୁନପୁର ପଞ୍ଚାୟତରୁ। ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ପ୍ରଭାକର ବେହେରା ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ କ୍ୱାରେଣ୍ଟିନ୍ ସେଣ୍ଟରରେ ଜଣେ ଯୁବକଙ୍କୁ ପିଟୁଥିବା ଭିଡିଓ ଭାଇରାଲ୍ ହୋଇଛି।

ଭିଡିଓରେ ସେମାନେ ଯୁବକଙ୍କ ଉପରକୁ ଚେୟାର ଫିଙ୍ଗିବା ସହ ଠେଙ୍ଗାରେ ପିଟିବାକୁ ଉଦ୍ୟମ କରୁଥିବା ଦେଖାଯାଉଛି। ତେବେ ଯୁବକ ଜଣକ ହଇରାଣ କରୁଥିବାରୁ ତାଙ୍କୁ ତାଗିଦ କରାଯାଇଥିବା ସରପଞ୍ଚଙ୍କ ସ୍ୱାମୀ ନିଜ ସଫେଇରେ କହିଛନ୍ତି।

ପ୍ରକାଶଥାଉକି, ବିଭିନ୍ନ ସ୍ଥାନରେ କ୍ୱାରେଣ୍ଟିନ୍ ସେଣ୍ଟରରେ ଅବ୍ୟବସ୍ଥା ନେଇ ଅଭିଯୋଗ ହେଉଛି। ଏନେଇ ପ୍ରବାସୀମାନେ ଖାଦ୍ୟ ଫୋପାଡିବା ଓ ଘରକୁ ଚାଲିଆସିବା ପରି ଖବର ସାମନା ଆସୁଛି।

You might also like