• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ବଢ଼ିଲା ପୁଲିସ୍‌ କନଷ୍ଟେବଳ ଓ ହାବିଲଦାରଙ୍କ କ୍ଷମତା। ଏଣିକି କିଛି ନିର୍ଦ୍ଦିଷ୍ଟ ମାମଲାରେ କନେଷ୍ଟବଳମାନେ ତଦନ୍ତ ସହ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିପାରିବେ। ଏ ନେଇ ପୁଲିସ୍ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏ ନେଇ ସୂଚନା ଦେଇଛନ୍ତି, ଡିଜିପି ଆର.ପି. ଶର୍ମା।

ଡିଜିପି କହିଛନ୍ତି, ଆଇପିସିର କେତେକ ଧାରା ଯେଉଁଥିରେ, ୩ ବର୍ଷରୁ କମ୍ ଜେଲ୍‌ ଦଣ୍ଡ ବ୍ୟବସ୍ଥା ରହିଛି, ସେସବୁ ମାମଲାର ତଦନ୍ତ କନେଷ୍ଟବଳମାନେ କରିପାରିବେ। ଓଡ଼ିଶା ପୁଲିସ୍‌ରେ ଥିବା ଗ୍ରାଜୁଏଟ୍‌ କନେଷ୍ଟବଳ ଓ କ୍ରାଇମ୍‌ ଇଣ୍ଟେଲିଜେନ୍ସ ହାବିଲଦାରମାନଙ୍କୁ ଏହି କ୍ଷମତା ମିଳିବ।

ଓଡ଼ିଶା ପ୍ରିଭେନସନ୍ ଅଫ୍ ଗାମ୍ବଲିଂ ଆକ୍ଟ, ଓଡ଼ିଶା ଫାୟାର ଓ୍ୱାର୍କ୍ସ ଆଣ୍ଡ୍ ଲାଉଡସ୍ପିକର୍‌ ରେଗୁଲେସନ୍ ଆକ୍ଟ ଭଳି ସାଧାରଣ ମାମଲାଗୁଡ଼ିରେ କନଷ୍ଟେବଳମାନେ ତଦନ୍ତ କରିପାରିବେ। ତେବେ ଏମାନଙ୍କ ପାଇଁ ପ୍ରଥମେ ଟ୍ରେନିଂ ବ୍ୟବସ୍ଥା କରାଯିବ, ଏହା ଦ୍ୱାରା ଥାନାରେ ବଢୁଥିବା ମାମଲା ସଂଖ୍ୟାକୁ କମ୍ କରାଯାଇ ପାରିବ ବୋଲି ଡିଜିପି କହିଛନ୍ତି।

https://youtu.be/phFiifHygRg

 

Graduate-constables-criminal-intelligence-havildars-can-now-undertake-investigation-make-arrests
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories