୧୯ ନିର୍ବାଚନ ପାଇଁ ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ୍

ସାଧାରଣ ପଛୁଆ ବର୍ଗଙ୍କ ଲାଗି ୧୦ ପ୍ରତିଶତ ସଂରକ୍ଷଣ ନେଇ ଲୋକସଭାରେ ଆସିଲା ସମ୍ବିଧାନ ସଂଶୋଧନ ବିଲ୍

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ମୋଦିଙ୍କ ମାଷ୍ଟ୍ରରଷ୍ଟ୍ରୋକ୍। ସାଧାରଣ ବର୍ଗର ଆର୍ଥିକ ପଛୁଆ ଶ୍ରେଣୀ ଲାଗି ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିବା ବେଳେ ଏଥିଲାଗି ଆଜି ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ୍ ବି ଆଗତ ହୋଇଛି।

ସାଧାରଣ ବର୍ଗର ଗରିବଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଲାଗି ସୋମବାର କ୍ୟାବିନେଟ୍ ନିଷ୍ପତ୍ତି। ୨୪ ଘଣ୍ଟା ମଧ୍ୟରେ ଲୋକସଭାରେ ଆଗତ ହେଲା ୧୨୪ତମ ସମ୍ବିଧାନ ସଂଶୋଧନ ବିଲ୍। ଅଧିକାଂଶ ଦଳ ବିଲ୍‌କୁ ସମର୍ଥନ କରୁଥିବାରୁ ଗୃହରେ ସୁରୁଖୁରୁରେ ବିଲ୍ ପାସ୍ ବି ହୋଇଛି

ତେବେ ଏହି ବିଲ୍ ମାଧ୍ୟମରେ ସାଧାରଣ ବର୍ଗର ଗରିବ ଶ୍ରେଣୀକୁ ଖୁସି କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି। ତେଣୁ ବଡ଼ ପ୍ରଶ୍ନ ରାଜ୍ୟ ରାଜନୀତିରେ ଏହାର କଣ ପ୍ରଭାବ ରହିବ? ଏଥିରୁ ବିଜେପିକୁ କେତେ ଫାଇଦା ମିଳିବ?

ମୋଦି ସରକାରଙ୍କ ଏହି ନିଷ୍ପତ୍ତିକୁ କିନ୍ତୁ ପରୋକ୍ଷରେ ବିରୋଧ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ରାଜ୍ୟ ଜନସଂଖ୍ୟାର ମାତ୍ର ୬ ପ୍ରତିଶତ ସାଧାରଣ ବର୍ଗର ହୋଇଥିବା ବେଳେ ସେମାନଙ୍କ ଲାଗି ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।

ତେଣୁ ସଂଖ୍ୟା ଅନୁପାତରେ ସଂରକ୍ଷଣ ବ୍ୟବସ୍ଥା  କରାଯିବା ଆବଶ୍ୟକ ବୋଲି ସେ ଯୁକ୍ତି ବାଢିଛନ୍ତି। ବିଜେଡି ଏ ପ୍ରସଙ୍ଗରେ ମାପିଚୁପି ପ୍ରତିକ୍ରିୟା ଦେବା ସହ ଏହାକୁ ସ୍ୱାଗତ କରିଛି। ବିଜେପି ଏହାକୁ ଯୁଗାନ୍ତକାରୀ ବୋଲି  କହିଛି।

ସାଧାରଣ ବର୍ଗର ଲୋକେ ଯେଉଁମାନଙ୍କ ବାର୍ଷିକ ଆୟ ୮ ଲକ୍ଷରୁ ଅଧିକ୍ ହୋଇଥିବ,  ୫ ଏକରରୁ ଅଧିକ ଚାଷ ଜମି ଥିବ, ଏକ ହଜାରରୁ ଅଧକ ବର୍ଗଫୁଟରୁ ବଡ଼ ଘର ଥିବ ଓ ବିଜ୍ଞାପିତ ପୌରାଞ୍ଚଳରେ ୧୦୦ ୟାର୍ଡରୁ ଅଧିକ ପ୍ଲଟ୍ ଥିବ ସେମାନେ ସଂରକ୍ଷଣ ସୁବିଧା ପାଇବେ ନାହିଁ । ତେବେ ଏହି ସର୍ତ୍ତାବଳୀ ଭିତରେ ପ୍ରାୟ ୯୦ ପ୍ରତିଶତ ଲୋକ ଆସିଯାଉଥିବାରୁ ସଂରକ୍ଷଣରମାନେ କଣ ରହିଲା ବୋଲି ପ୍ରଶ୍ନ ଉଠୁଛି।

ନିର୍ବାଚନ ପୂର୍ବରୁ ସଂରକ୍ଷଣ ଏହି ମାଷ୍ଟରଷ୍ଟ୍ରୋକ୍‌କୁ  ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପିକୁ ଫାଇଦା ମିଳିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ଏହାର ରାଜନୈତିକ ପ୍ରଭାବ ଉପରେ ନଜର।

 

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ଟିକା ମାଗଣାରେ ଦିଆଯିବ କି? ରଣେନ୍ଦ୍ରଙ୍କ ପ୍ରଶ୍ନର ଜବାବ ରଖିଲା ବିଜେପି

ବିଶ୍ୱାସରେ ବିଷ ଦେଇଦେଲେ ସାଙ୍ଗ !

ଥାନା ଅଧିକାରିଣୀଙ୍କ ଶୁଭେଚ୍ଛା ବିଜ୍ଞାପନରେ ବିଧାୟକଙ୍କ ଫଟୋ ଓ ଦଳୀୟ ଚିହ୍ନ

‘ଓଡ଼ିଶା ଲୋକଙ୍କୁ ମାଗଣା ଟିକା ପାଇଁ କଥାଦେବାକୁ ପଛଘୁଞ୍ଚା କାହିଁକି?’

କୋରାପୁଟରେ ମାଓ ବିରୋଧୀ ପୋଷ୍ଟର

ରାସ୍ତାରୁ ଉଠୁ ନାହାନ୍ତି ମହିଳା

ବରମୁଣ୍ଡା ବ୍ରିଜ୍‌ ତଳୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ

୨୯ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା

ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧,୬୩୩ କରୋନା ପଜିଟିଭ୍‌‌ ଚିହ୍ନଟ

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ନିଖୋଜ ହୋଇଥିବା ବୀରମିତ୍ରପୁର ଥାନା ଦୁଷ୍କର୍ମ ପୀଡ଼ିତା ଉଦ୍ଧାର

You might also like