• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନାରେ ଗୁରୁତର ରୋଗୀଙ୍କ ସଂଖ୍ୟା ବଢୁଛି। ସେମାନଙ୍କ ପାଇଁ  ଇକମୋ ଚିକିତ୍ସା ଜରୁରୀ ହୋଇ ପଡ଼ୁଛି। ହେଲେ ରାଜ୍ୟରେ ଏହି ଚିକିତ୍ସାର ଅଭାବ ରହିଥିବାବେଳେ ଏଥିପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛି। ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କ ପାଇଁ ଏହା ଅତ୍ୟନ୍ତ କଷ୍ଟକର ବ୍ୟାପାର ହୋଇଥିବାବେଳେ ରାଜ୍ୟକୁ ଏହି ମସିନ ଆଣିବା ପାଇଁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି। ଏ ନେଇ ସୂଚନା ଦେଇଛନ୍ତି DMET ସିବିକେ ମହାନ୍ତି।

ସେ କହିଛନ୍ତି,  ନିମୋନିଆ ହୋଇ ଭେଣ୍ଟିଲେଟର ଫେଲ ହେଲେ ଇକମୋ ଆବଶ୍ୟକ ପଡ଼ିଥାଏ । ତେବେ ECMO  ଚିକିତ୍ସା ଅତ୍ୟନ୍ତ ବ୍ୟୟ ବହୁଳ। ଚିକିତ୍ସା ପାଇଁ ପ୍ରଥମେ ୪ରୁ ୫ ଲକ୍ଷ ଟଙ୍କା ଦରକାର। ଚିକିତ୍ସା ଜାରି ରହିଲେ ଦିନକୁ ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି।

ତାଛଡ଼ା, ମେସିନ୍ ଆଣି ଥୋଇଦେଲେ ହେବନି, ଏଥିପାଇଁ ମାନବ ସମ୍ବଳ ଦରକାର ବୋଲି କହିଛନ୍ତି ସିବିକେ ମହାନ୍ତି। ମେସିନ ଆଣିବାକୁ ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ଭାରତରେ ମେସିନ ଉତ୍ପାଦନ ହେଉନି, ବିଦେଶରୁ ଆଣିବାକୁ ପ୍ରକ୍ରିୟା ଚାଲିଛି। ଏଥିପାଇଁ ଟେଣ୍ଡର ସରିଛି ବୋଲି କହିଲେ DMET ସିବିକେ ମହାନ୍ତି।

ସୂଚନାଥାଉ କି, ଗତକାଲି କୋଭିଡରେ ସଙ୍କଟାପନ୍ନ ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କୁ ECMO ଚିକିତ୍ସା ଲାଗି କୋଲକାତା ଏୟାରଲିଫ୍ଟିଂ କରାଯାଇଥିଲା। କଟକରେ ସେ ଚିକିତ୍ସିତ ହେଉଥିବା ହସ୍ପିଟାଲରୁ ଭୁବନେଶ୍ୱର ଏୟାରପୋର୍ଟ ପର୍ଯ୍ୟନ୍ତ ତାଙ୍କୁ ଧରି ଆସିଥିବା ସ୍ୱତନ୍ତ୍ର ଆମ୍ବୁଲାନ୍ସ ପାଇଁ କରାଯାଇଥିଲା ଗ୍ରୀନ୍ କରିଡର।

ଆଜି ପୁଣି ଜଣେ ରୋଗୀ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଯୁବକ ଅଭିଷେକ ମହାପାତ୍ରଙ୍କୁ ଏୟାରଲିଫ୍ଟିଂ କରାଯିବ। ସେ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି। ମାତ୍ର ୩୩ ଦିନ ତଳେ ବିବାହ କରି ନୂଆ ଜୀବନ ଆରମ୍ଭ କରିଥିଲେ ଅଭିଷେକ । ହେଲେ ଏବେ ବଞ୍ଚିବା ପାଇଁ   ସଂଗ୍ରାମରତ।

ଅନ୍ୟପକ୍ଷେ ଇକମୋ  ଚିକିତ୍ସା ପାଇଁ ପରିବାର ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ। ଅଭିଷେକଙ୍କ ଜୀବନ ବଞ୍ଚାଇବା ପାଇଁ ନବ ବିହାହିତା ପତ୍ନୀ ମୌସୁମୀ ଓ ଅଭିଷେକଙ୍କ ମାଆ  ବଦାନ୍ୟ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପାଇଁ ପ୍ରାର୍ଥନା କରୁଛନ୍ତି। ଏପଟେ ସହାୟତା ଯୋଗାଡ଼ କରି ତାଙ୍କୁ ତୁରନ୍ତ ଭଲ ଚିକିତ୍ସା ଯୋଗାଇ ଦେବାକୁ ଅଣ୍ଟା ଭିଡ଼ିଛନ୍ତି ଅଭିଷେକ ବନ୍ଧୁ ଗୋଷ୍ଠୀ। ଏହା ପୂର୍ବରୁ ଇକମୋ ଚିକିତ୍ସା ପାଇଁ ଅମ୍ରିତ ପ୍ରଧାନଙ୍କୁ  ଏୟାର ଲିଫ୍ଟି କରାଯାଇ ଚେନ୍ନାଇ ପଠାଯାଇଥିଲା।

Govt-tring-to-brought-ecmo-nachine-dmet
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories