କୃଷି ଋଣ ଛାଡ଼ ଚିନ୍ତା କରୁଛନ୍ତି ସରକାର: ଶଶିଭୂଷଣ

ଭୁବନେଶ୍ୱର: ବର୍ତ୍ତମାନ ନିର୍ବାଚନୀ ହାୱା ବହୁଥିବା ବେଳେ କୃଷି ଋଣ ଛାଡ଼କୁ ନେଇ ଯୋର୍‌ଦାର୍ ଦାବି ହେଉଛି। ସାରା ଦେଶରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ବାତାବରଣ ସୃଷ୍ଟି ହୋଇଥିବା ବେଳେ ଓଡ଼ିଶାରେ ଋଣଛାଡ଼ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି।

ଏ ସମ୍ପର୍କରେ ଆଜି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, କୃଷି ଋଣ ଛାଡ଼ ନେଇ କ’ଣ କରାଯିବ ଚିନ୍ତା କରାଯାଉଛି।  ଋଣ ଛାଡ଼ ନେଇ ନିତି ଆୟୋଗଙ୍କ ବକ୍ତବ୍ୟ ଚାଷୀଙ୍କ ପାଇଁ ନକାରାତ୍ମକ। ତେଣୁ ଋଣ ଛାଡ଼ ନେଇ ଏକ ଜାତୀୟ ନୀତି ହେବା ଦରକାର ବୋଲି ଶଶିଭୂଷଣ କହିଛନ୍ତି।

You might also like