ଭୁବନେଶ୍ୱର: ଗୋଟିଏ ଦିନରେ ଓଡ଼ିଶାରେ ୧୩ କରୋନା ପଜିଟିଭ ଚିହ୍ନଟ ହେବା ପରେ ପୁଣି ଚିନ୍ତା ବଢ଼ାଇଛି। ଭଦ୍ରକ ଓ ଯାଜପୁରରୁ ଚିହ୍ନଟ ହୋଇଥିବା ୧୦ ଜଣ ଆକ୍ରାନ୍ତଙ୍କର ପଶ୍ଚିମବଙ୍ଗ ଟ୍ରାଭେଲ୍ ହିଷ୍ଟ୍ରି ରହିଛି। ସେମାନେ ନିକଟରେ ପଶ୍ଚିମବଙ୍ଗରୁ ଫେରିଥିଲେ। ତେଣୁ ଗତ ୨୮ ଦିନ ମଧ୍ୟରେ ପଶ୍ଚିମବଙ୍ଗରୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କୁ ସରକାରଙ୍କୁ ନିଜ ଆଡ଼ୁ ସୂଚନା ଦେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିବେଦନ କରାଯାଇଛି।
10 persons of Bhadrak and Jajpur districts with travel history to West Bengal have tested positive for COVID-19 during last 24 hours. All with travel history to WB during last 28 days are requested to inform the local Sarpanch, BDO/Tahasildar and quarantine themselves at home.
— H & FW Dept Odisha (@HFWOdisha) April 20, 2020
ସେମାନେ ସ୍ଥାନୀୟ ସରପଞ୍ଚ, ବିଡିଓ କିମ୍ବା ତହସିଲଦାରଙ୍କୁ ଜଣାଇବେ। ଏଥିସହ ସେମାନେ ଘରେ କ୍ୱାରେଣ୍ଟାଇନ ବା ସଂଗରୋଧରେ ରହିବାକୁ ମଧ୍ୟ ସରକାର କହିଛନ୍ତି।। ଏଯାବତ ଚିହ୍ନଟ ମୋଟ ୭୪ ପଜିଟିଭରୁ ୨୪ ଜଣ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ସୂଚନା