ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ସ୍ଥଗିତ ରଖିବାକୁ ନିଷ୍ପତ୍ତି

ବଢିବ ନାହିଁ ଟ୍ୟାକ୍ସ

ଭୁବନେଶ୍ୱର: ଭୁବନେଶ୍ୱରରେ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ସ୍ଥଗିତ ରଖିବାକୁ ହେଲା ଘୋଷଣା। ଗଣମାଧ୍ୟମ ଆଗରେ ଏନେଇ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା। ହାଇକୋର୍ଟ ରାୟ ନଦେବା ଯାଏ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ରଖିବାକୁ ନିଆଗଲା ନିଷ୍ପତ୍ତି। ପୁରୁଣା ଦର ଅନୁସାରେ ଏବେ ଟିକାସ ଆଦାୟ ହେବ ବୋଲି କହିଲେ ମନ୍ତ୍ରୀ।

ବେଞ୍ଚମାର୍କ ବଢିଥିବାରୁ ଟିକସ ବଢାଇବାକୁ ନିଷ୍ପତ୍ତି ହୋଇଥିଲା ଏବଂ ଏ ସମ୍ପର୍କରେ ହାଇକୋର୍ଟରେ ମଧ୍ୟ ଏକ ମାମଲା ଦାୟର ହୋଇଛି। ଲୋକଙ୍କ ଭାଗାବେଗକୁ ଦେଖି ବର୍ତ୍ତମାନ ସମୟରେ ଟ୍ୟାକ୍ସ ଦର ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପ୍ରତାପ କହିଛନ୍ତି।

ହୋଲ୍ଡିଂ ଟିକସ ନ ଦେଲେ ଘର ସିଲ୍‌ କରିବାକୁ ଗତକାଲି ନିର୍ଦ୍ଦେଶ ହୋଇଥିଲା ହୋଲ୍ଡିଂ ଟିକସ ନ ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦିଆଯାଇଥିଲା ନିର୍ଦ୍ଦେଶ। ହୋଲ୍ଡିଂ ଟିକସ ନ ଦେଲେ ଘର, ଦୋକାନ ସିଲ୍ କରାଯିବ ବୋଲି ସୂଚନା ରହିଥିଲା । ଏନେଇ ନିର୍ଦ୍ଦେଶନାମା ଜାରି କରିଥିଲା ଭୁବନେଶ୍ୱର ମହାନଗର ନିଗମ, ଟ୍ୟାକ୍ସ ଖିଲାପକାରୀଙ୍କ ବାବଦରେ ୱାର୍ଡ ଅଫିସର ZDCଙ୍କୁ ଜଣାଇବେ ବୋଲି ମିଳିଛି ସୂଚନା।

ଏନେଇ ସବୁ ZDCଙ୍କୁ ବିଏମସି ଡେପୁଟି କମିଶନର ଚିଠି ଲେଖିଥିବା ନେଇ ମଧ୍ୟ ସୂଚନା ମିଳିଥିଲା। ଏହାସହ ଯେଉଁମାନେ ଟ୍ୟାକ୍ସ ଦେବେ ନାହିଁ ସେମାନଙ୍କ ବିରୋଧରେ ସାର୍ଟିଫିକେଟ କେସ୍ ହେବ ବୋଲି ସୂଚନା ରହିଥିଲା। OPDR ଆକ୍ଟ ୧୯୬୨ ଅନୁସାରେ ସାର୍ଟିଫିକେଟ କେସ କରିବା ଲାଗି ଦିଆଯାଇଥିଲା ନିର୍ଦ୍ଦେଶ। ରାଜସ୍ୱ କ୍ଷତି ରୋକିବାକୁ ତ୍ୱରିତ ପଦକ୍ଷେପ ପାଇଁ ଚିଠିରେ ଉଲ୍ଲେଖ  ମଧ୍ୟ କରାଯାଇଥିବା ନେଇ ସୂଚନା ହସ୍ତଗତ ହୋଇଥିଲା।

ତେବେ ପୂର୍ବରୁ ରାଜଧାନୀ ରାଜରାସ୍ତାରେ ହୋଲଡିଂ ଟିକସ ତାତି ଦେଖିବାକୁ ମିଳିଥିଲା। ବିଏମ୍ସିର ଅଚାନକ ଟ୍ୟାକ୍ସ ବୃଦ୍ଧି ନିଷ୍ପତ୍ତିକୁ ବିରୋଧୀଙ୍କ ଜୋରଦାର ବିରୋଧ କରାଯାଇଥିଲା। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିକଟରେ ବଢ଼ାଯାଇଥିବା ହୋଲଡିଂ ଟ୍ୟାକ୍ସକୁ ଲୋକେ ବିରୋଧ କରି ଆସୁଥିବା ବେଳେ ମାର୍ଚ୍ଚ ୧୨ରେ ସରକାରଙ୍କୁ ଘେରିଥିଲା ବିରୋଧୀ। ଭୁବନେଶ୍ୱର ଜିଲ୍ଲା ବିଜେପି ମାର୍ଚ୍ଚ ୧୨ରେ ଘେରାଉ କରିଥିଲା ବିଏମସି କାର୍ଯ୍ୟାଳୟ।

୧୯୮୯ ମସିହାରୁ ରାଜଧାନୀବାସୀଙ୍କୁ ଦେବାକୁ ପଡୁଛି ହୋଲଡିଂ ଟ୍ୟାକ୍ସ। ସେ ସମୟରେ ଟିକସ ମୂଲ୍ୟ ଜମି ମୂଲ୍ୟର ୧୨ ପ୍ରତିଶତ ଥିଲା। ୨୦୦୩ରେ ଏହା ୧୭.୫ ପ୍ରତିଶତକୁ ବୃଦ୍ଧି ହୋଇଥିଲା। ପରେ ୨୦୧୯ରୁ ଜମିର ବେଞ୍ଚମାର୍କ ଭାଲ୍ୟୁ ଅନୁସାରେ ଟିକସ ଧାର୍ଯ୍ୟ ହୋଇଛି। ତେବେ ବର୍ତ୍ତମାନ ଟିକସ ପ୍ରତିଶତରେ ବୃଦ୍ଧି ହୋଇନଥିଲେ ବି ୧୯୯୭ର ଜମି ମୂଲ୍ୟ ବଦଳରେ ୨୦୧୯ ବେଞ୍ଚମାର୍କ ମୂଲ୍ୟ ଅନୁସାରେ ଟିକସ ଧାର୍ଯ୍ୟ କରିଥିବାରୁ ଏହାର ପରିମାଣ ସ୍ଥାନେ ସ୍ଥାନେ ୧୨ରୁ ୧୫ ଗୁଣା ବୃଦ୍ଧି ପାଇଛି ଆଉ ଯାହାକୁ ବିରୋଧ କରିଛନ୍ତି ସାଧାରଣ ଜନତା। ସେପଟେ ୧୯୯୮ ପରଠୁ ୨୦୧୮ ପର୍ଯ୍ୟନ୍ତ ରାଜଧାନୀରେ ଜମିର ବେଞ୍ଚମାର୍କ ମୂଲ୍ୟ ସଂଶୋଧନ ହୋଇ ନଥିଲା ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସଂଶୋଧିତ ବେଞ୍ଚମାର୍କ ମୂଲ୍ୟ ଆଧାରରେ ଟିକସ ବଢିଥିବା ଯୁକ୍ତି ରଖିଛି ବିଏମସି।

You might also like