ଅଭିଯୋଗ ଶୁଣାଣି ପାଇଁ ରାଜ୍ୟ ସରକାର ଜାରି କଲେ ଟୋଲ୍ ଫ୍ରି ନମ୍ବର

ଭୁବନେଶ୍ୱର: କରୋନା କାୟା ବିସ୍ତାର କରି ଚାଲିଛି। ଏହା ସହିତ ଆମକୁ ମୁକାବିଲା କରିବାକୁ ପଡ଼ିବ। ଏଥି ସହିତ ଲୋକେ ଅସୁବିଧାର ସମ୍ମୁଖୀନ ହେବେନି। ଏହାକୁ ଦଷ୍ଟିରେ ରଖି ସରକାର ପଦକ୍ଷେପ ନେଇଛନ୍ତି।

ଖାଉଟିଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସରକାର ନେଇଛନ୍ତି ଦୃଢ ପଦକ୍ଷେପ। ଏପରି ଭୟାବହତା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସଂପର୍କିତ ଅଭିଯୋଗର ଶୁଣାଣି ପାଇଁ ରାଜ୍ୟ ସରକାର ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି।  ଉପଭୋକ୍ତାଙ୍କ ସୁବିଧା ପାଇଁ ସରକାର ଏପରି ପଦକ୍ଷେପ ନେଇଛନ୍ତି । ଖାଉଟି କ୍ରେତା ଓ ଦ୍ରବ୍ୟ ପରିବହନ ସଂଘର ସଦସ୍ୟଙ୍କ ପାଇଁ ଟୋଲ୍ ଫ୍ରି ନମ୍ବର ୧୫୫୩୫କୁ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

You might also like