କରୋନା ସଂକ୍ରମଣ କମିବାର ରାଜ୍ ‘୩-ଟି’

ଭୁବନେଶ୍ୱର: ରାଜ୍ୟରେ ଟେଷ୍ଟ ସଂଖ୍ୟା ବଢ଼ିଛି ହେଲେ ଆକ୍ରାଙ୍କ ସଂଖ୍ୟା କମ୍ ରହିଛି, ଯାହା ଏକ ଆଶ୍ୱସ୍ତିକର ଖବର। ଆଜି ଏପରି କିଛି ପ୍ରତିକ୍ରିୟା ରଖିଛନ୍ତି  ILS ନିର୍ଦ୍ଦେଶକ ଅଜୟ ପରିଡ଼ା। ଏବେ ରାଜ୍ୟ ସରକାର ତିନିଟି T ଦ୍ୱାରା କରୋନା ମୁକାବିଲା କରୁଛନ୍ତି। Testing, Tracing ଏବଂ treatment। ଏହି ପ୍ରକ୍ରିୟାରେ ଅଧିକରୁ ଅଧିକ ଟେଷ୍ଟ ହେଲେ ସଂକ୍ରମଣ କମୁଥିବା ନଜରକୁ ଆସିଛି। ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ହାର କମ ରହିଛି।

ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ସ୍ଥିତି ଭଲରେ ରହିଛି। ତେବେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବ ହେଲେ ଏହା ପୁଣି ଥରେ କମିବ ବୋଲି  ILS ନିର୍ଦ୍ଦେଶକ କହିଛନ୍ତି। ତେବେ କେରଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସମ୍ପୂର୍ଣ୍ଣ କମିକି ପୁଣି ଥରେ ବଢ଼ିଥିବା ଦେଖିବାକୁ ମିଳିଛି। ତେଣୁ ଏହି ନୂଆ ଭୁତାଣୁ ସମ୍ପର୍କରେ କିଛି ସଠିକ ଭାବେ କହିବା ସମ୍ଭବ ନୁହେଁ। ଏନେଇ ଦ୍ୱିତୀୟ ପର୍ଯ୍ୟାୟ ଗବେଷଣା ଚାଲିଛି। ଏନେଇ ନମୁନା ସଂଗ୍ରହ କରାଯାଇଛି, ଯାହା ଆସନ୍ତା ମାସ ପ୍ରଥମ ସପ୍ତାହ ସୁଦ୍ଧା ଜଣାପଡ଼ିବ ବୋଲି ସେ କହିଛନ୍ତି।

ପ୍ରକାଶଥାଉକି, କରୋନା ସ୍ଥିତିକୁ ନେଇ ସରକାର ସୂଚନା ଦେଇଛନ୍ତି ଯେ ରାଜ୍ୟରେ ଗତ ଦୁଇ ଦିନରେ ଲକ୍ଷେରୁ ଅଧିକ କରୋନା ଟେଷ୍ଟ କରାଯାଇଛି। ଖୁବଶୀଘ୍ର ରାଜ୍ୟରେ କରୋନା ଟେଷ୍ଟ ୧୦ ଲକ୍ଷ ଅତିକ୍ରମ କରିବ। ସେହିପରି ଦୁଇ ଦିନରେ ଗଞ୍ଜାମରେ ସର୍ବାଧିକ ୧୪ ହଜାର ୯୫୩ ଟେଷ୍ଟ କରାଯାଇଛି। ସେହିପରି ରାଜ୍ୟରେ ସଂକ୍ରମଣ ହାର ଅଗଷ୍ଟ ୧୬ ସୁଦ୍ଧା ୯.୨%ରୁ ୫.୫%କୁ କମିଛି। ଗଞ୍ଜାମ ଜିଲ୍ଲାରେ ୩.୬ ପ୍ରତିଶତକୁ କମିଛି ସଂକ୍ରମଣ ହାର। ରାଜ୍ୟରେ କରୋନା ମୃତ୍ୟୁ ହାର ୦.୫୮% ଥିବା ସରକାରଙ୍କ ସୂଚନା ଦେଇଛନ୍ତି।

You might also like