କରୋନା ପରିଚାଳନାରେ ପଶ୍ଚିମ ଓଡ଼ିଶାକୁ ଅଣଦେଖା ଅଭିଯୋଗ

ଭୁବନେଶ୍ୱର: କରୋନା ପରିଚାଳନା କ୍ଷେତ୍ରରେ ସରକାର ପଶ୍ଚିମ ଓଡ଼ିଶାକୁ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ପଶ୍ଚିମ ଓଡ଼ିଶାର ସ୍ଥିତି ସାଙ୍ଘାତିକ ହେଲାଣି। ଆଗ ଅପେକ୍ଷା ବର୍ତ୍ତମାନ ବହୁ ମାତ୍ରାରେ ସଂକ୍ରମିତ ଏହି ସବୁ ଜିଲ୍ଲାରୁ ଆସୁଛି। ଏଠି କିଛି ବ୍ୟବସ୍ଥା କରାଯାଇନାହିଁ ବୋଲି ପ୍ରଦୀପ୍ତ ଅଭିଯୋଗ କରିଛନ୍ତି।

ଅଧାରୁ ଅଧିକ ଡାକ୍ତର ଗଞ୍ଜାମକୁ ପଠାଇଛନ୍ତି ସରକାର। ସେପଟେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଟେଷ୍ଟ ମଧ୍ୟ ଅଧିକ ପରିମାଣରେ ହେଉନାହିଁ। ବେଡ୍‌ କି ଆଇସିୟୁ ବୃଦ୍ଧି କରାଯାଉନି। ଏହି ଜିଲ୍ଲାଗୁଡ଼ିକୁ ପ୍ରବାସୀ ଅଧିକ ଆସିଛନ୍ତି। ଖାଲି ଗଞ୍ଜାମ କଟକ ଓ ଖୋର୍ଦ୍ଧାକୁ ଫୋକସ ଦେଲେ ଚଳିବନି ବୋଲି ସେ ଅଭିଯୋଗ କରିଛନ୍ତି।

ସେପଟେ କରୋନାକୁ ନେଇ ରାଜନୀତି କରାନଯାଉ। ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲାକୁ ଫୋକସରେ ରଖିଛନ୍ତି। ପଶ୍ଚିମ ଓଡ଼ିଶାରେ ସ୍ଥିତି ଭଲ ଅଛି ବୋଲି ବିଜେଡି ମୁଖ୍ୟସଚେତକ ରୋହିତ ପୂଜାରୀ କହିଛନ୍ତି।

You might also like