ଫୁଲୁଛି ବୈତରଣୀ; ଆନନ୍ଦପୁରରେ ବିପଦ ସଙ୍କେତ ଉପରେ ଜଳସ୍ତର

ଭୁବନେଶ୍ୱର:ବାତ୍ୟା ୟାସ ଲ୍ୟାଣ୍ଡଫଲ କରିବା ପରେ ଆରମ୍ଭ ହୋଇଥିଲା ପ୍ରବଳ ବର୍ଷା।  ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବଢିଥିଲା। କେନ୍ଦୁଝର ଜିଲ୍ଲାରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି । ଆନନ୍ଦପୁର ପାଖରେ ବୈତରଣୀ ବିପଦ ସଂକେତ ଉପରେ ଜଳ ପ୍ରଭାବିତ ହେଉଛି।

ଆନନ୍ଦପୁରରେ ୩୮.୩୬ ମିଟର ସହ ବିପଦ ସଙ୍କେତ ଉପରେ ରହିଛି ବୈତରଣୀ ନଦୀର ଜଳସ୍ତର । ଉପରମୁଣ୍ଡର ପାଣି ଆସିଲେ ଏଠାରେ ୪୦.୮୫  ମିଟରରେ ଜଳ ପ୍ରବାହିତ ହେବ । ସେହିପରି ଆଖୁଆପଦାଠାରେ ବି ଜଳସ୍ତର ବଢ଼ିବାର ସମ୍ଭାବନା ରହିଛି ।

ଅନ୍ୟପଟେ ମୟୁରଭଞ୍ଜ ଜିଲ୍ଲାରେ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାରେ ବିପଦ ସଙ୍କେତ ତଳେ ଜଳ ପ୍ରଭାବିତ ହେଉଛି । ସାଳନ୍ଦୀରେ ବି ଜଳସ୍ତର କମିଥିବା ସୂଚନା ଦେଇଛନ୍ତି  ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ। ସମୁଦ୍ର ଜୁଆର ପାଣି ଓ ପବନ ମାଡ଼ ହେବା ଦ୍ୱାରା ଆମର ଅନେକ ଲୁଣା ବନ୍ଧ ଡ୍ୟାମେଜ ହୋଇଛି। ଏହାର ଆକାଳନ ଚାଲିଥିବା ସେ କହିଛନ୍ତି । କେନ୍ଦ୍ରାପଡା, ବାଲିଆପାଳ ଭଳି ଜାଗାରେ ଲୁଣା ବନ୍ଧ ଅଧିକ ମାତ୍ରାରେ ନଷ୍ଟ ହୋଇଥିବା ସୂଚନା ରହିଛି। ତେବେ ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷେ ବାତ୍ୟା ୟାସ ପ୍ରଭାବରେ ଶିମିଳିପାଳ ଅଞ୍ଚଳରେ ରେକର୍ଡ ପରିମାଣ ବର୍ଷା ହୋଇଛି। ଭଞ୍ଜବସାରେ ୩୮୨ ମିଲିମିଟର, ରାମତୀର୍ଥରେ ୩୫୭, ବରେହିପାଣିରେ ୩୩୧, କବାଟ ଘାଇରେ ୩୦୬ ଓ ନଅଣାରେ ୨୭୮ ମି.ମି ବର୍ଷା ହୋଇଥିବା ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏତେ ଅଧିକ ବର୍ଷା ହୋଇଥିବାରୁ ଶିିମିଳିପାଳରୁ ବାହାରିଥିବା ନଦୀରେ ଏକ ପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଖଇରି, ଭଣ୍ଡନ, ଦେଓନଦୀ ଓ ବୁଢାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ପାଇଛି।

ସେହିପରି ବାତ୍ୟା ୟାସର ପ୍ରଭାବରେ  ଲଗାତାର ଦୁଇ ଦିନ ଲଗାଣ ବର୍ଷାରେ ଅଞ୍ଚଳର NH-49ରେ ଥିବା ତୁରୁମୁଙ୍ଗା ନିକଟରେ ପୋଲ ଉପରେ ୩ ଫୁଟର ବନ୍ୟା ପାଣ ପ୍ରବାହିତ ହେଉଛି । ଏହା ଫଳରେ କେନ୍ଦୁଝର-ମୟୂରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେପଟେ ଯଦି ଉପରମୁଣ୍ଡ ବନ୍ୟାଜଳ ଆସେ ତେବେ ଆଖପାଖ ଗାଁଁ ଜଳବନ୍ଦୀ ହେବାର ଆଶଙ୍କା ରହିଛି।

ଆଜି ବାତ୍ୟା କ୍ଷୟକ୍ଷତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଅପରାହ୍ନରେ ଆକାଶମାର୍ଗରୁ ବାତ୍ୟା ପରର ସ୍ଥିତି ସମୀକ୍ଷା କରିବେ ନବୀନ । ଯେଉଁ ଜିଲ୍ଲା ପ୍ରଭାବିତ ହୋଇଛି ସେହି ଜିଲ୍ଲାର ସ୍ଥିତି ସମୀକ୍ଷା କରିବେ । କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ କଣ ସବୁ କ୍ଷୟକ୍ଷତି ହୋଇଛି, ଆକାଶ ମାର୍ଗରୁ ତାର ସ୍ଥିତି ସମୀକ୍ଷା କରିବେ।

ସୂଚନାଥାଉ କି, ଲେଶ୍ୱର ଜିଲ୍ଲାର ୮୪ ଓ ଭଦ୍ରକ ଜିଲ୍ଲାର ୪୮ ଗାଁକୁ ମିଶାଇ ପ୍ରାୟ ୧୨୮ ଗାଁ ବାତ୍ୟା ୟାସ୍ ଯୋଗୁଁ ପ୍ରଭାବିତ ହୋଇଥିବା କୁହାଯାଉଛି।

କେନ୍ଦ୍ରାପଡା ଜିଲ୍ଲାର ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳ ବୁଲି ଦେଖୁଛନ୍ତି ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ବୈଜନ୍ତ କେନ୍ଦ୍ରାପଡ଼ାରେ ପହଞ୍ଚିବା ପରେ ପ୍ରଥମେ ରାଜନଗର ବ୍ଲକ ଗସ୍ତ କରିଛନ୍ତି ଗସ୍ତ ବେଳେ ବୈଜୟନ୍ତ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଗୁପ୍ତି, ସାତଭାୟା, ପଞ୍ଚୁବରାହି ଆଦି ଅଂଚଳ ବୁଲିବେ ବାତ୍ୟା କ୍ଷତଗ୍ରସ୍ତଙ୍କୁ ଭେଟି ଭଲ ମନ୍ଦ ସମ୍ପର୍କରେ ପଚାରି ବୁଝିବେ। ସେହିପରି ଅପରାହ୍ନରେ ରାଜକନିକା ବରାଡ଼ିଆ ପଂଚାୟତର ଉପୁଳାଇ ଗାଁକୁ ଯାଇ ପାଣି ଘେରରେ ଥିବା ବାତ୍ୟା ପ୍ରଭାବିତଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

You might also like