ଗାଡ଼ି କିଣିବା ପାଇଁ ସରକାରୀ ଚାକିରିଆଙ୍କୁ ବିନା ସୁଧରେ ମିଳିବ ଋଣ !

ଭୁବନେଶ୍ୱର: ରାଜ୍ୟରେ ଇଲେକ୍ଟ୍ରି ଗାଡ଼ିର ନିର୍ମାତା ଓ ଗ୍ରାହକଙ୍କୁ ମିଳିବ ପ୍ରୋତ୍ସାହନ।  ଏ ନେଇ ଆସନ୍ତା ମାସକ ମଧ୍ୟରେ ସ୍ୱତନ୍ତ୍ର ନୀତି ଆଣିବେ ରାଜ୍ୟ ସରକାର। ରାଜ୍ୟରେ ଇ-ଯାନ ଚଳାଚଳ ତ୍ୱରାନ୍ୱିତ କରିବାକୁ ବିପୁଳ ରିହାତି ଓ ପ୍ରୋତ୍ସାହନ ଦିଆଯିବ।

ଇ-ଯାନ ନିମନ୍ତେ ପବ୍ଲିକ୍ ଚାର୍ଜିଂ ଷ୍ଟେସନ ସ୍ଥାପନ ପାଇଁ ଶିଳ୍ପ ବିଭାଗ ପକ୍ଷରୁ ରିହାତି ବ୍ୟବସ୍ଥା ହେବ। ଇ-ଯାନ ନିର୍ମାତାଙ୍କୁ ସୁବିଧାରେ ଜମି ଆବଣ୍ଟନ ସହ ସବ୍‌ସିଡି ପ୍ରଦାନ ପାଇଁ ଶିଳ୍ପ ବିଭାଗ ବ୍ୟବସ୍ଥା କରିବ।  ଇ-ରିକ୍ସା ଚାଳନାକୁ ଗୁରୁତ୍ୱ ଦେବା ସହ ନିର୍ମାତାଙ୍କ ପାଇଁ ଆକର୍ଷଣୀୟ ଯୋଜନା ଆଣିବା କ୍ଷେତ୍ରରେ ଶିଳ୍ପ ବିଭାଗ ପଦକ୍ଷେପ ଗ୍ରହଣ କରିବ।

ଇ-ଯାନ ଯାତ୍ରୀଙ୍କ ପାଇଁ ପ୍ରତି ୨୦ରୁ ୩୦ କିଲୋମିଟରରରେ ଚାର୍ଜିଂ ପଏଣ୍ଟ ବ୍ୟବସ୍ଥା କରାଯିବ।  ଇଲେକ୍ଟ୍ରି ବସ, ୪ ଓ ୩ ଚକିଆ ଯାନର କ୍ରୟ ଓ ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା ପାଇଁ ସରକାର ରିହାତି ପ୍ରଦାନ କରିବେ।  ଇ-ଯାନ ନିର୍ମାତାଙ୍କ ପାଇଁ ଜିଏସ୍‌ଟି ଛାଡ, ଋଣରେ ସୁଧ ରିହାତି, ଷ୍ଟାମ୍ପ ଡ୍ୟୁଟି ଛାଡ ଭଳି ବ୍ୟବସ୍ଥା ରହିବ ।

ଏଥିସହ ସେମାନଙ୍କୁ ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯିବ ।  ଇ-ଯାନର ମୂଲ୍ୟରେ ୧୫ ପ୍ରତିଶତ ଯାହାକି ସର୍ବାଧିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ଯୋଗାଣ ପାଇଁ ବ୍ୟବସ୍ଥା ହେବ।  ସରକାରୀ ଚାକିରିଆଙ୍କ ମଧ୍ୟରେ ଇ-ଯାନର ବହୁଳ ବ୍ୟବହାର ଲାଗି ବିନା ସୁଧରେ ଋଣ ଦେବାକୁ ଅର୍ଥ ବିଭାଗ ବ୍ୟବସ୍ଥା କରିବ।  ଏହାସହ ଇ-ଯାନ ଗୁଡିକର ମାଗଣା ପାର୍କିଂ, ଚାର୍ଜିଂ ପଏଣ୍ଟରେ ରହିବା ସୁବିଧା, ବ୍ୟକ୍ତିଗତ ଓ ବାଣିଜ୍ୟିକ ବିଲ୍ଡିଂ, ଆପାର୍ଟମେଣ୍ଟରେ ଚାର୍ଜିଂ ପଏଣ୍ଟ ସୁବିଧା, ସହରାଞ୍ଚଳରେ ଚାର୍ଜିଂ ଷ୍ଟେସନର ଭିତ୍ତିଭୂମି ବିକାଶ କରାଯିବ।  ପ୍ରଥମ ୧୦୦୦ଟି ଚାର୍ଜିଂ ଷ୍ଟେସନ ସ୍ଥାପନ ପାଇଁ ଅନୁଦାନ ଯୋଗାଇ ଦିଆଯିବ।

 

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like