୪ ମାସର ଭତ୍ତା ଆଗୁଆ ଦେବେ ସରକାର

ଭୁବନେଶ୍ୱର: ହିତାଧିକାରୀଙ୍କୁ ୪ ମାସର ଭତ୍ତା ଆଗୁଆ ଦେବେ ସରକାର। ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ଆଗୁଆ ଦେବାକୁ ଘୋଷଣା ହୋଇଛି।  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।  ରାଜ୍ୟରେ ସାମାଜିକ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ଭତ୍ତା ପ୍ରଦାନ କରାଯାଇଛି।

ଖୁବ୍‌ଶୀଘ୍ର ଏପ୍ରିଲ, ମେ, ଜୁନ୍ ଓ ଜୁଲାଇ ମାସ ପାଇଁ ଆଗୁଆ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ ସ୍ୱୀକୃତି ପରେ ସାମାଜିକ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆସନ୍ତା ୧୯ ତାରିଖ ସୁଦ୍ଧା ସମସ୍ତ ଡାଟା ଆସିଲା ପରେ ଖୁବ୍‌ଶୀଘ୍ର ଭତ୍ତା ବଣ୍ଟନ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ନିଷ୍ପତ୍ତି ଫଳରେ ରାଜ୍ୟର ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ।

You might also like