• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: କଣ୍ଟେନମେଣ୍ଟ ଜୋନ୍ ପାଇଁ ରାଜ୍ୟ ସରକାର ଜାରି କଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା। ଏ ନେଇ ପୋଲିସ ଡିଜି, ସମସ୍ତ ଅତିରିକ୍ତ ସଚିବ ଓ ପ୍ରମୁଖ ସଚିବ, ସବୁ ଜିଲ୍ଲାର ଜିଲ୍ଲାପାଳ, ପୋଲିସ କମିଶନର, ସବୁ ମ୍ୟୁନିସିପାଲ କମିଶନର ଏବଂ ପୌର ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ଚିଠିରେ ଉଲ୍ଲେଖ ରହିଛି,  ନିର୍ଦ୍ଦିଷ୍ଟ ଅଞ୍ଚଳରେ ସମ୍ଭାବ୍ୟ ସଂକ୍ରମଣକୁ ରୋକିବା ଲାଗି ହୋଇଥିବା କଣ୍ଟେନମେଣ୍ଟ ଜୋନ୍‌କୁ ସମ୍ପୂର୍ଣ୍ଣ ବ୍ୟାରିକେଡ୍ କରାଯାଇ ପ୍ରବେଶ ଏବଂ ପ୍ରସ୍ଥାନକୁ ନିଷିଦ୍ଧ କରାଯିବ । ତେବେ ଜୋନ୍‌ରେ ଏକାକୀ ରହୁଥିବା ମହିଳାଙ୍କ ଘର, ବୟସ୍କ ବ୍ୟକ୍ତି ତଥା ଗର୍ଭବତୀ ରହୁଥିବା ଘର, ଗୁରୁତର ଆକ୍ରାନ୍ତ ବ୍ୟକ୍ତି ଏବଂ ଦିବ୍ୟାଙ୍ଗଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ।

ଅଙ୍ଗନବାଡି, ANM, ସ୍ୱାସ୍ଥ୍ୟ କର୍ମୀ ଓ ଶିକ୍ଷକଙ୍କ ଟିମ୍ କଣ୍ଟେନମେଣ୍ଟ ଜୋନ୍‌ରେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବେ । ଫ୍ଲୁ ଭଳି ଲକ୍ଷଣ ଦେଖାଯାଉଥିବା ସମସ୍ତ ବ୍ୟକ୍ତିଙ୍କ ନମୂନା ସଂଗ୍ରହ କରି ପରୀକ୍ଷା କରାଯିବ । ସେତିକି ନୁହେଁ, ସ୍ଥାନୀୟ ସଂକ୍ରମଣକୁ ରୋକିବା ଲାଗି ଲକ୍ଷଣ ଦେଖାଯାଉ ନ ଥିବା ବ୍ୟକ୍ତିଙ୍କ ନମୂନା ମଧ୍ୟ ସଂଗ୍ରହ କରାଯିବ। ଘରେ ଯେଭଳି ଜରୁରୀ ସାମଗ୍ରୀ ଓ ଆବଶ୍ୟକୀୟ ଔଷଧ ପହଞ୍ଚିବ ସେ ନେଇ ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେବେ ।

କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳର ପ୍ରମୁଖ ବ୍ୟକ୍ତିଙ୍କୁ ନେଇ ହ୍ୱାଟ୍‌ସଆପ୍ ଗ୍ରୁପ୍ କରାଯିବ । ଏହି ଗ୍ରୁପ ଜରିଆରେ ଜୋନ୍ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଯାଇ ପାରିବ । ଦୁଇ ରାଉଣ୍ଡ ସର୍ଭେ ପରେ ଯଦି ନୂଆ ପଜିଟିଭ କେସ୍ ନ ବାହାରିଲା ତେବେ ସମ୍ପୃକ୍ତ ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନ୍ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରାଯିବ।

Govt-declared-new-guidelines-for-containment-zone
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories