ଜାନୁଆରୀ ପାଇଁ ଗାଇଡ୍ଲାଇନ୍; ଜିରୋ ନାଇଟ ସେଲିବ୍ରେସନ୍ ମନା
ଭୁବନେଶ୍ୱର: ନୂଆ ବର୍ଷରେ ବି କରୋନା କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ନୂଆ ବର୍ଷ ଆସିଲେ ପୂର୍ବ କଟକଣାରୁ ଟିକେ କୋହଳି ମିଳିବ ବୋଲି ଆଶା କରିଥିଲେ ଲୋକେ। କିନ୍ତୁ କରୋନା ସଂକ୍ରମଣର ଭୟ ଯାଇନଥିବାରୁ ଜାନୁଆରୀ ମାସ ପାଇଁ ପୁଣି କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ତେବେ ଏଥିରେ କିଛିଟା କୋହଳ କରାଯାଇଛି। ଜାନୁଆରୀ ମାସ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି।
ନୂଆ ଗାଇଡ୍ଲାଇନ୍ରେ ରହିଛି…
- ଜାନୁଆରୀ ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ଉପରେ କଟକଣା।
- ସାମାଜିକ, ଧାର୍ମିକ କାର୍ଯ୍ୟକ୍ରମ ପାଇଁ ସର୍ବାଧିକ ୨ଶହ ଲୋକଙ୍କୁ ଅନୁମତି ମିଳିଲା।
- କ୍ରୀଡ଼ା, ମନୋରଂଜନ, ସାଂସ୍କୃତିକ କାର୍ଯ୍ୟକ୍ରମ ବି ଚାଲିପାରିବ।
- ଇଣ୍ଡୋର ହଲ୍ରେ ମୋଟ ସିଟ୍ର ୫୦% ଦର୍ଶକରେ ଚାଲିବ କାର୍ଯ୍ୟକ୍ରମ।
- ଖୋଲା ସ୍ଥାନରେ ଜାଗା ପରିଧି ଦେଖି ଲୋକସଂଖ୍ୟା ଅନୁମତି ମିଳିବ।
- ମାସ୍କ, ସାମାଜିକ ଦୂରତା, ଥର୍ମାଲ ସ୍କାନିଂ, ହ୍ୟାଣ୍ଡ ୱାସ୍ ବାଧ୍ୟତାମୂଳକ।
ଛାତ୍ରଛାତ୍ରୀ ଓ ପାଠ୍ୟ ସମ୍ପର୍କିତ ଗାଇଡ୍ଲାଇନ୍
- ସ୍କୁଲ, କଲେଜ ଖୋଲିବାକୁ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ।
- ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେଇପାରିବେ ବିଭାଗୀୟ କର୍ତ୍ତୃପକ୍ଷ।
- ପରୀକ୍ଷା, ଖାତାଦେଖା, ଅନଲାଇନ ପାଠପଢ଼ା ଚାଲୁ ରହିବ।
- ଜାନୁଆରୀ ୩୧ ଯାଏ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି ବନ୍ଦ ରହିବ।
ମନୋରଞ୍ଜନ ଓ ସିନେମା ହଲ୍ ଗାଇଡ୍ଲାଇନ୍
- ଜାନୁଆରୀ ମାସରେ ସିନେମା ହଲ୍, ଥିଏଟର ଖୋଲିବାକୁ ଅନୁମତି।
- ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲିବାକୁ ଅନୁମତି ମିଳିଲା।
- ନୂଆବର୍ଷ ପାଳନ ନେଇ ସାରା ରାଜ୍ୟରେ ଜିରୋ ନାଇଟ ସେଲିବ୍ରେସନ୍ ମନା।
- କରୋନା ପାଇଁ ଜିରୋ ନାଇଟ ସେଲିବ୍ରେସନ୍ ବାରଣ କଲେ ରାଜ୍ୟ ସରକାର।
- ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖର ସମସ୍ତ ଉତ୍ସବାନୁଷ୍ଠାନରେ ରୋକ୍ ଲାଗିଲା।
- ଜିରୋ ନାଇଟ ବାରଣ ନେଇ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶନାମା।
ବିହାହ ଓ ଶବ ସଂସ୍କାର ପାଇଁ ଗାଇଡ୍ଲାଇନ୍
- ବିବାହ କାର୍ଯ୍ୟରେ ସର୍ବାଧିକ ୨ଶହ ଲୋକଙ୍କୁ ଏକାଠି ପାଇଁ ଅନୁମତି।
- ଦାହ ସଂସ୍କାର, ମୃତକର୍ମ ପାଇଁ ସର୍ବାଧିକ ଶହେ ଲୋକଙ୍କୁ ଅନୁମତି ଦେଲେ ସରକାର।