କରୋନା ମୁୁକାବିଲା ପାଇଁ ବରିଷ୍ଠ ଆଇଏଏସ୍‌ଙ୍କୁ ଗୁରୁଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟରେ କରୋନା ମୁୁକାବିଲା ପାଇଁ ବରିଷ୍ଠ ଆଇଏଏସ ମାନଙ୍କୁ ଦାୟିତ୍ୱ ବାଣ୍ଟିଲେ ରାଜ୍ୟ ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ମିଳିଲା ସ୍ୱାସ୍ଥ୍ୟ ବିଭାଗର ନୂଆ ଦାୟିତ୍ୱ। ରାଜ୍ୟରେ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ କୃଷି ସଚିବ ସୌରଭ ଗର୍ଗଙ୍କୁ ଦାୟିତ୍ୱ ଦିଆଯାଇଛି।

ସାମାଜିକ ଦୂରତ୍ୱ ଗାଇଡଲାଇନ୍ସ ପ୍ରଣୟନ ପାଇଁ ପ୍ରଦୀପ୍ତ ମହାପାତ୍ର ଓ ବାହାର ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କ କଲ୍ୟାଣ ପାଇଁ ସଞ୍ଜୀବ ଚୋପ୍ରା, କୋଭିଡ୍ ପ୍ରଶିକ୍ଷଣ ପାଇଁ ଶ୍ରମ ସଚିବ ଅନୁ ଗର୍ଗ, ଓଡ଼ିଶା ଫେରନ୍ତାଙ୍କ ପଞ୍ଜିକରଣ ପାଇଁ କ୍ରିଷନ କୁମାର ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଓ ପରିବହନ ପାଇଁ ସୁରେନ୍ଦ୍ର କୁମାର ଓ ସ୍ୱାସ୍ଥ୍ୟ ଉପକରଣ କ୍ରୟ ପାଇଁ ହେମନ୍ତ ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି।

ସେହିପରି ୨୨ ଆଇଏଏସଙ୍କୁ ମିଳିଛି ବିଭିନ୍ନ ଜିଲ୍ଲାର ଅବଜରଭର ଦାୟିତ୍ୱ। ବାହାର ରାଜ୍ୟରେ ଫସିଥିବା ଓଡ଼ିଆଙ୍କ କଥା ବୁଝିବା ପାଇଁ ହେଲ୍ଥ କେୟାର ହେଲ୍ପଲାଇନ୍, ବିଦେଶ ଫେରନ୍ତାଙ୍କ ପଞ୍ଜୀକରଣ ଓ କଲ୍ ସେଣ୍ଟର ତଦାରଖ ପାଇଁ ଆଇପିଏସ୍ ଅମିତାଭ ଠାକୁରଙ୍କୁ ଦାୟିତ୍ୱ ଦିଆଯାଇଛି।

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

You might also like