’ମହାପ୍ରଭୁ ଜଗନ୍ନାଥ ମୋ ସ୍ୱପ୍ନରେ ଆସିଥିଲେ’

ବଡ଼ ମଣିମାଙ୍କ ଶରଣରେ ବଲିଉଡ ତାରକା

ପୁରୀ : ବଲିଉଡ ଷ୍ଟାର ଗୋବିନ୍ଦା ଓ ତାଙ୍କ ପତ୍ନୀ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିରରରେ ମହାପ୍ରଭୁଙ୍କୁ ଅତି ନିକଟକୁ ଦର୍ଶନ କରିବା ପରେ ବିଭୋର ହୋଇଯାଇଛନ୍ତି ଗୋବିନ୍ଦା । ସେ କହିଛନ୍ତି, ମୋ ଉପରେ  ଭଗବାନଙ୍କ ବହୁତ କୃପା ରହିଛି। ଅନେକ ଅସୁବିଧାରୁ ମହାପ୍ରଭୁ ମତେ ମୁକ୍ତ କରିଛନ୍ତି।  ଜଗନ୍ନାଥ ମୋ ସ୍ୱପ୍ନରେ ଆସିଥିଲେ। କିଛି ଦିନ ଧରି ମୁଁ ବନ୍ଧନଯୁକ୍ତ ହୋଇ ଯାଇଥିଲି । ହେଲେ ଏବ ମହାପ୍ରଭୁଙ୍କ ଦର୍ଶନ ପରେ ସବୁ ବନ୍ଧନରୁ ମୁକ୍ତ‌ ହୋଇଯାଇଛି ।

ରାଜନୀତିରୁ ସବୁଦିନ ଲାଗି ଓହରି ଯାଇଥିବା କହିଛନ୍ତି ଗୋବିନ୍ଦା ।  ତେବେ ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ଐତିହ୍ୟ କରିଡର ଭିତରେ ଫୋଟୋ ଉଠାଇ ଥିଲେ ବଲିଉଡ଼୍ ତାରକା । ଦର୍ଶନର ଏଭଳି ସାନିଧ୍ୟ ବାରମ୍ବାର ଆସୁ ବୋଲି ମଧ୍ୟ ସେ କହିଛନ୍ତି । ଗୋବିନ୍ଦାଙ୍କୁ ଭିତରଚ୍ଛୁ ମହାପତ୍ର ଭବାନୀ ଶଙ୍କର ମହାପାତ୍ର ସ୍ୱାଗତ କରିବା ସହ ସମସ୍ତ ପୂଜାର୍ଚ୍ଚନା କରାଇଥିଲେ । ଅବସରରେ ଗୋବିନ୍ଦାଙ୍କୁ ଜଗନ୍ନାଥଙ୍କ ଖଣ୍ଡୁଆ ପାଟ ପ୍ରଦାନ କରିଥିଲେ ସେବାୟତ ।

You might also like