ହସ୍ପିଟାଲରେ ଭର୍ତ୍ତି ହେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ
ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରୁଟିନ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଭର୍ତ୍ତି ହୋଇଥିବା ରାଜଭବନ ସୂତ୍ରରୁ ସୂଚନା ଦିଆଯାଇଛି। କିଛି ବ୍ୟସ୍ତ, ବିବ୍ରତ ହେବାର ନାହିଁ ବୋଲି ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ରାତିରେ ରାଜ୍ୟପାଳ ହସ୍ପିଟାଲରେ ରହିବେ ଓ କାଲି ଫେରିବେ ବୋଲି ଜଣାପଡ଼ିଛି। ତେବେ କରୋନା ସଂକ୍ରମଣ ଦୃଷ୍ଟିରୁ ଜୁଲାଇ ୩୧ ଯାଏ ଜନସାଧାରଣଙ୍କ ପାଇଁ ରାଜଭବନ ନିଷେଧ କରାଯାଇଛି।