ପୁରୀରେ ବିଭିନ୍ନ ଯୋଜନାର ସମୀକ୍ଷା କଲେ ରାଜ୍ୟପାଳ

ପୁରୀ: ପୁରୀ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିକାଶମୁଖୀ ଯୋଜନାର ସମୀକ୍ଷା କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ବିଭିନ୍ନ ପ୍ରକଳ୍ପରେ ଆସିଥିବା ଅନୁଦାନ ସହ ତାର କାର୍ଯ୍ୟକାରୀତା ନେଇ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ବିଶେଷ କରି ସ୍ୱାସ୍ଥ୍ୟ, ଶିକ୍ଷା, ଆବାସ ଓ ପାନୀୟ ଯୋଜନାରେ ଯେମିତି କୌଣସି ବ୍ୟକ୍ତି ବଞ୍ଚିତ ନ ହେବେ ତାହା ଉପରେ ଗୁରୁତ୍ୱ ଦେବା ପାଇଁ ରାଜ୍ୟପାଳ ଆଦେଶ ଦେଇଛନ୍ତି। ଏଥିସହ ଅସପୂର୍ଣ୍ଣ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟର ଯୋଜନା କିଭଳି ଭାବେ ଅଗ୍ରଗତି ହେଉଛି ତାକୁ ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ ବୋଲି ରାଜ୍ୟପାଳ କହିଛନ୍ତି। ବୈଠକରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ଜିଲ୍ଳାପାଳ ଜ୍ୟୋତି ପ୍ରକାଶ ଦାସଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।

You might also like