ସମସ୍ତ ଗଣମାଧ୍ୟମର ସମ୍ପାଦକଙ୍କୁ ଭେଟିଲେ ରାଜ୍ୟପାଳ

ଭୁବନେଶ୍ୱର  : ଭୁବନେଶ୍ୱର ରାଜଭବନରେ ସମସ୍ତ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ସମ୍ପାଦକଙ୍କୁ ଭେଟିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏହି ଅବସରରେ ସବୁ ବିଶ୍ୱବିଦ୍ୟାଳୟରେ ନୈତିକ ଶିକ୍ଷା ପାଇଁ ସ୍ୱତନ୍ତ୍ର ବିଭାଗ ଖୋଲିବା ପାଇଁ ପ୍ରସ୍ତାବ ଦେଇଥିଲେ ରାଜ୍ୟପାଳ।

ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ‘ଲିଅନ୍’ ବ୍ୟବସ୍ଥା ଉଚ୍ଛେଦ କରିବା ଉଚିତ୍ ବୋଲି ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢୀ କହିଥିଲେ। ଏଥିସହ ଅନୁସୂଚିତ ଜନଜାତିର ଲୋକେ କିପରି ଅତ୍ୟାଧୁନିକ ଜ୍ଞାନ କୌଶଳର ବ୍ୟବହର କରିପାରିବେ, ତା ଉପରେ ସରକାର ଗୁରୁତ୍ୱ ଦେବା ଦରକାର ବୋଲି କହିଥିଲେ ରାଜ୍ୟପାଳ। ଅାଜିର ସମାଜରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି ବୋଲି କହିଥିଲେ। ଅାସନ୍ତା ଜାନୁଅାରୀରେ ରାଜ୍ୟପାଳ ବିଭିନ୍ନ ୟୁନିଭରସିଟି ଗସ୍ତ କରିବେ।

You might also like