ନିଯୁକ୍ତି ପାଇବେ ମାଇକ୍ରୋ ବାୟୋଲୋଜିଷ୍ଟ

ଭୁବନେଶ୍ୱର: କୋଭିଡ-୧୯ DPHL ଓ ସ୍ୱାବ୍ ନମୁନା ସଂଗ୍ରହ ପାଇଁ ବିଜ୍ଞାପନ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ମାଇକ୍ରୋ ବାୟୋଲୋଜିଷ୍ଟ ନିଯୁକ୍ତି ପାଇଁ ଅସ୍ଥାୟୀ ଭାବେ ସ୍ୱଳ୍ପ ମିଆଦ ଭିତ୍ତିରେ ଉଭୟ ମେଡିକୋ ଓ ନନ୍ ମେଡିକୋଙ୍କୁ ନିଯୁକ୍ତି ଦିଆଯିବ।

ମେଡିକୋ ମାଇକ୍ରୋ ବାଓଲୋଜିଷ୍ଟଙ୍କୁ ପ୍ରତିଦିନ ୫ ହଜାର ଏବଂ ନନ୍-ମେଡିକୋ ମାଇକ୍ରୋ ବାୟୋଲୋଜିଷ୍ଟଙ୍କୁ ପ୍ରତିଦିନ ୨୫୦୦ ଟଙ୍କା ଲେଖାଏଁ ମିଳିବ।

ପ୍ରାର୍ଥୀଙ୍କୁ ଜୁନ୍ ୩୦ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ CDM & PHO ନିର୍ଦ୍ଦେଶକଙ୍କୁ ଦେଖା କରିବାକୁ ବିଜ୍ଞାପନରେ ସ୍ପଷ୍ଟ ଭାବେ ଲେଖାଯାଇଛି।

You might also like