• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ପୁଣି କଟକଣା କଡ଼ା କଲା ଜିଏ। ଗତ ଜୁନ୍ ମାସରେ ଲାଗୁ ହୋଇଥିବା କଟକଣା ପୁନଃ ଲାଗୁ ନିର୍ଦ୍ଦେଶ ହୋଇଛି। ଅଫିସ ପରିସରରେ ସବୁ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଅଫିସ୍‌ରେ କର୍ମଚାରୀଙ୍କ ମଧ୍ୟରେ ଦୁଇ ମିଟର ଦୂରତା ଜରୁରୀ। କରିଡ଼ରରେ ଅନାବଶ୍ୟକ ଗହଳି ନକରିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କର୍ମଚାରୀମାନେ ନିୟମିତ ଭାବେ ୨୦ ସେକେଣ୍ଡ ହାତ ଧୋଇବାକୁ ନିର୍ଦ୍ଦେଶ। ଅଫିସିଆଲ ମିଟିଂ ପାଇଁ ଭିଡିଓ କନଫରେନସିଂକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗନ୍ତୁକଙ୍କୁ ଯଥାସମ୍ଭବ କମ୍ ଅଫିସ ଭିତରକୁ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପୁଣି କରୋନାର ନାଲି ଆଖି। ଦୈନିିକ ଭିତ୍ତିରେ ରାଜ୍ୟରେ ବଢିଚାଲିଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି। ବିଭିନ୍ନ ଜିଲ୍ଲାରୁ ୧୧୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୪ ଜଣ କ୍ୱାରେଣ୍ଟିନ୍‌ରୁ ହୋଇଥିବା ବେଳେ ୪୬ଟି ଲୋକାଲ କେସ୍ ରହିଛି। କଟକ ଜିଲ୍ଲାରୁ ସର୍ବାଧିକ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଏକ ଘରୋଇ କଲେଜର ୧୩ ଜଣ ଛାଚ୍ରୀଛାତ୍ରୀ ରହିଛନ୍ତି।

ଦିନକ ପୂର୍ବରୁ ଏଠାକାର ୧୨ ଛାତ୍ରଛାତ୍ରୀ ପଜିଟିଭ୍ ଥିବା ଜଣାପଡିଥିଲା। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୧୫,ମୟୁରଭଞ୍ଜ ଓ ନୂଆପଡାରୁ ୯ ଜଣ ଲେଖାଁଏ, ସୁନ୍ଦରଗଡ଼ରୁ ୭ ଏବଂ ଅନୁଗୁଳ ଓ ଗଞ୍ଜାମରୁ ୬ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ ଚିହ୍ନଟ ହୋଇଛନ୍ତି ୫ ଆକ୍ରାନ୍ତ। ଗତ କିଛି ଦିନ ଧରି କଟକ ଓ ଭୁବନେଶ୍ୱର ସଂଖ୍ୟା ୨ ଅଙ୍କ ରହୁଥିବାରୁ ପୁଣି ତତ୍ପର ହୋଇଛି ପ୍ରଶାସନ। ରୋଗୀ ଚିହ୍ନଟ ପ୍ରକ୍ରିୟାକୁ ପୁଣି ଜୋରଦାର କରାଯାଇଛି। ରେଳ ଓ ବିମାନ ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଇଛି।

ରାଜ୍ୟରେ ସ୍ଥିତି ଚିନ୍ତାଜନକ ନଥିଲେ ମଧ୍ୟ ଆଗକୁ ସଂକ୍ରମଣ ବଢିପାରେ ବୋଲି ଆଶଙ୍କା କରିିଛନ୍ତି ଆଇଏଲ୍ଏସ୍‌ ନିର୍ଦ୍ଦେଶକ ଟ୍ରେସିଂ, ଟେଷ୍ଟିଂ ଏବଂ ଟ୍ରିଟମେଣ୍ଟ ଲାଗି ନୂଆ ଷ୍ଟ୍ରାଟେଜି କରାଯାଉଛି। ମହାରାଷ୍ଟ୍ର ଭଳି ଅଧିକ ସଂକ୍ରମିତ ରାଜ୍ୟରୁ ଆସୁଥିବା ଲୋକଙ୍କ ଟେଷ୍ଟିଂ ଓ କ୍ୱାରେଣ୍ଟିନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସେହିପରି ରାଜ୍ୟରେ ସର୍ଭିଲାନ୍ସ ବଢାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ତେଣେ ଦେଶରେ ଲମ୍ବା ଡିଆଁ ମାରିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୩୯ ହଜାର ୭୨୬ କରୋନା କବଳରେ ପଡିଥିବା ବେଳେ କେବଳ ମହାରାଷ୍ଟ୍ରରେ ୨୫ ହଜାର ୮୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ରାଜ୍ୟର କିଛି ଅଞ୍ଚଳରେ ଲକ୍‌ଡାଉନ ଓ କର୍ଫ୍ୟୁ ଲାଗୁ କରାଯାଇଛି। ୫୦ ପ୍ରତିଶତ ଲୋକଙ୍କୁ ନେଇ ସିନେମା ହଲ, ଅଡିଟୋରିୟମ୍ ଓ ଘରୋଇ ଅଫିସ ଚଲାଇବାକୁ କୁହାଯାଇଛି। ମଲ୍ ଓ ଅନ୍ୟାନ୍ୟ ଭିଡ ସ୍ଥାନରେ ଆଣ୍ଟିଜେନ୍ ଟେଷ୍ଟ କରିବାକୁ ନିଷ୍ପତ୍ତି ହୋଇଛି।

ରିପୋର୍ଟ: କପିଳେନ୍ଦ୍ର ପ୍ରଧାନ ଓ ସୌମ୍ୟ ରଞ୍ଜନ ସାହୁ
Government-reinforces-its-june-8-2020-order-specifying-strict-guidelines
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories