• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଏପ୍ରିଲ ୨୦ରୁ ଲକଡାଉନ୍ କୋହଳ ହୋଇଥିବାରୁ ମାଲ ପରିବହନ, ଶ୍ରମିକ ନିୟୋଜନ ଓ ଗାଡ଼ି ମରାମତି ଦୋକାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏସଓପି ଜାରି। ଏ ନେଇ ସବୁ ଜିଲ୍ଲାପାଳ, CP ଓ ମ୍ୟୁନିସିପାଲ କମିଶନରଙ୍କୁ SRCଙ୍କ ପକ୍ଷରୁ ଚିଠି କରାଯାଇଛି। ଏହା ଅନୁସାରେ ଶ୍ରମିକଙ୍କ ପାଇଁ କମ୍ପାନୀ ଦେଇଥିବା ଆଇ କାର୍ଡ ଗ୍ରହଣଯୋଗ୍ୟ ଡକ୍ୟୁମେଣ୍ଟ ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ କର୍ମଚାରୀଙ୍କୁ ଅନୁମତି ପତ୍ର ଦେଇପାରିବେ।

ଶ୍ରମିକମାନେ କାର୍ଯ୍ୟକ୍ଷେତ୍ରକୁ ଚାଲି ଚାଲି ବା ସାଇକେଲରେ  ଯାଇପାରିବେ। କମ୍ପାନୀ କର୍ତ୍ତୃପକ୍ଷ ପାସେଞ୍ଜର ଗାଡିରେ ୪୦% ସିଟରେ କର୍ମଚାରୀଙ୍କୁ ନେଇପାରିବେ। ଏପରି ପାସେଞ୍ଜର ଗାଡ଼ି ରାସ୍ତା ମଝିରେ ପାସେଞ୍ଜର ଉଠାଇ ପାରିବେ ନାହିଁ। ପାସେଞ୍ଜର ଗାଡ଼ି ଚଳାଚଳ ପାଇଁ ଜିଲ୍ଲାପାଳ/CP/RTOଙ୍କ ଅନୁମତି ଆବଶ୍ୟକ କରିବେ। ରାଜପଥ କଡ଼ରେ ଢ଼ାବା ଖୋଲା ରହିବ କିନ୍ତୁ କେବଳ ପାର୍ସଲ ବ୍ୟବସ୍ଥା ରହିବ।

ସେହିଭଳି ନନ୍-ହଟସ୍ପଟ ଜିଲ୍ଲାରେ ଗାଡ଼ି ମରାମତି, ବ୍ୟାଟେରୀ, ସ୍ପେୟାର ପାର୍ଟ ଖୋଲିବ ତେବେ କେତେ ସଂଖ୍ୟାରେ ଦୋକାନ ଖୋଲିବ, କେତେ ସମୟ ଖୋଲିବ ତାହା ପ୍ରଶାସନ ସ୍ଥିର କରିବ କଣ୍ଟେନମେଣ୍ଟ ଜୋନ ପାଇଁ ଏହି କୋହଳ ବ୍ୟବସ୍ଥା ଲାଗୁ ହେବ ନାହିଁ ବୋଲି SRC ନିର୍ଦ୍ଦେଶ ଦେଇଛନ୍ତି।

Government-issued-sop-on-transport-garage-and-labour
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories