ଏଥର ରାଜ୍ୟରେ କେମିତି ପାଳନ ହେବ ସ୍ୱାଧୀନତା ଦିବସ? ଆସିଲା ଗାଇଡଲାଇନ୍
ଭୁବନେଶ୍ୱର: ରାଜ୍ୟରେ ନିରାଡ଼ମ୍ବର ଭାବେ ପାଳନ ହେବ ସ୍ୱାଧୀନତା ଦିବସ। ସ୍ୱାଧୀନତା ଦିବସ ପାଳନ ଲାଗି ସରକାରଙ୍କ ତରଫରୁ ଗାଇଡଲାଇନ ଜାରି କରାଯାଇଛି। ଏ ନେଇ ସବୁ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସପିଙ୍କୁ ସରକାରଙ୍କ ତରଫରୁ ଚିଠି ଲେଖାଯାଇଛି। ଏହି ନିମୟ ଜିଲ୍ଲା ସମେତ ବ୍ଲକ ଏବଂ ପଞ୍ଚାୟତସ୍ତରରେ ମଧ୍ୟ ଏହି ନିୟମକୁ ଅନୁସରଣ କରି ସ୍ୱାଧୀନତା ଦିବସ ପାଳନ କରାଯିବ।
ଆହୁରି ପଢ଼ନ୍ତୁ
- ସକାଳ ୯ଟାରେ ଜାତୀୟ ପତାକା ଉତ୍ତୋଳନ ପାଇଁ ସମୟ ସ୍ଥିର ହୋଇଛି।
- ଜାତୀୟ ପତାକା ଉତ୍ତୋଳନ ପରେ ଜାତୀୟ ସଂଗୀତ ଗାନ କରାଯିବ।
- ପୋଲିସର କେବଳ ଗୋଟିଏ କିମ୍ବା ଦୁଇଟି କଣ୍ଟିଜେଣ୍ଟ୍ ସ୍ୱାଧୀନତା ଦିବସରେ ଉପସ୍ଥିତ ରହିବେ।
- ପୋଲିସ ପକ୍ଷରୁ କୌଣସି ପରେଡ କିମ୍ବା ମାର୍ଚ୍ଚପାଷ୍ଟ କରାଯିବ ନାହିଁ।
- ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ସାଧାରଣ ଜନତା ଉପସ୍ଥିତ ରହିବେ ନାହିଁ।
- ୫୦ରୁ ୭୫ଜଣ ପର୍ଯ୍ୟନ୍ତ କେବଳ ଆମନ୍ତ୍ରିତ ଅତିଥି ଉପସ୍ଥିତ ରହିବେ
- ସେମାନଙ୍କ ମଧ୍ୟରୁ ୧୦ରୁ ୧୫ ଜଣ କୋଭିଡ୍ ଯୋଦ୍ଧା ଉପସ୍ଥିତ ରହିବେ।
- ଇ-ଇନଭାଇଟ ଜରିଆରେ ଅତିଥିଙ୍କୁ ଆମନ୍ତ୍ରିତ କରାଯିବ।
- ସାମାଜିକ ଦୁରତ୍ୱ ଏବଂ ମାସ୍କ ପିନ୍ଧିବା ନିମୟ ପାଳନ କରିବେ।
- ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ସ୍ଥଳକୁ ଠିକ ଭାବେ ବିଶୋଧନ କରାଯିବ।
- ପ୍ରବେଶ ପଥରେ ସାନିଟାଇଜର ରଖାଯିବ।
- ଏହି ସମୟରେ ବୃକ୍ଷ ରୋପଣ ସହ ଅନଲାଇନ୍ ପ୍ରବନ୍ଧ ଲେଖନୀ କିମ୍ବା କ୍ୱିଜ୍ ପ୍ରତିଯୋଗିତାର ଆୟୋଜନ ହେବ।