ଆମ୍ୱୁଲାନ୍ସରେ ଆସିବାବେଳେ ବାଟରେ ଚା’ ପିଇଥିଲେ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟର ୪୪ତମ କରୋନା ଆକ୍ରାନ୍ତ ପଶ୍ଚିମବଙ୍ଗ ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ଦେଇଛନ୍ତି ସରକାର। ପଶ୍ଚିମବଙ୍ଗ ମେଦିନିପୁର ଆକ୍ରାନ୍ତ ଆପୋଲୋ ହସ୍ପିଟାଲରେ ଥିଲେ। ସେ ଏପ୍ରିଲ ୭ରେ ଆପୋଲୋ ହସ୍ପିଟାଲକୁ ଆମ୍ବୁଲାନ୍ସରେ ବାହାରିଥିଲେ।

ଆସିବା ବେଳେ ବାଲେଶ୍ୱର ବାଇପାସ୍‌ରେ ଚା’ ଷ୍ଟଲରେ ଅଟକିଥିଲେ। ୮ ତାରିଖ ସକାଳେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୯ରେ ପଜିଟିଭ ଆସିବା ପରେ କିମ୍ସ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ।

ଓଡ଼ିଶାରେ ଆଜି ଆଉ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୨ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଢେଙ୍କାନାଳର ମହିଳା ଓ ଅନ୍ୟ ଜଣେ ଅନ୍ୟ ଜଣେ ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଦୁଇ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪ରେ ପହଞ୍ଚିଛି।

 

You might also like