କରୋନା ଲକ୍ଷଣ ନଥାଇ ବି ଆସିଲା ପଜିଟିଭ

ଭୁବନେଶ୍ୱର: ଯାଜପୁରର ୪ ଆକ୍ରାନ୍ତଙ୍କ ତଥ୍ୟ ରାଜ୍ୟ ସରକାର ଦେଇଛନ୍ତି। ଆକ୍ରାନ୍ତ ନଂ ୮୪, ୮୫, ୮୬, ୮୭ଙ୍କ ଟ୍ରାଭେଲ୍ ହିଷ୍ଟ୍ରି ପ୍ରଦାନ କରିଛନ୍ତି। ୪ ଜଣଙ୍କ ମଧ୍ୟରୁ ୩ ଜଣ ପୂର୍ବରୁ ଚିହ୍ନଟ ୭୩ ନମ୍ବର ସଂକ୍ରମିତଙ୍କ ସମ୍ପର୍କୀୟ। ୮୫, ୮୬ ଏବଂ ୮୭ ନମ୍ବର ଆକ୍ରାନ୍ତ ୭୩ ନମ୍ବରଙ୍କ ନିକଟ ସଂପର୍କୀୟ ବୋଲି ଜଣାପଡ଼ିଛି। ୮୫ ନଂ ୨୧ ବର୍ଷର ଯୁବକ ମଧ୍ୟ ୭୩ ନମ୍ବର ଆକ୍ରାନ୍ତଙ୍କ ସଂପର୍କୀୟ।

ଆକ୍ରାନ୍ତଙ୍କ ଘର ଯାଜପୁର ସଦର ଯାହାନପୁର ବାସୁଦେବପୁର ଅଞ୍ଚଳର। ମାର୍ଚ୍ଚ ୨୯ରେ କୋଲକାତାରୁ ବାପା ଓ ଅନ୍ୟ ଜଣଙ୍କ ସହ ଫେରିଥିଲେ। ସେ ମାର୍ଚ୍ଚ ୨୯ରୁ ଏପ୍ରିଲ ୨୦ ଯାଏ ଘରେ ଥିଲେ, ପରେ କ୍ୱାରେଣ୍ଟାଇନରେ ଗଲେ। ତାଙ୍କ ନିକଟରେ ଲକ୍ଷଣ ନଥିଲା। ପଜିଟିଭ ଚିହ୍ନଟ ପରେ କଳିଙ୍ଗନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେହିପରି ୮୬ ନମ୍ବର ସଂକ୍ରମିତ ବି ୭୩ ନମ୍ବର ସଂକ୍ରମିତଙ୍କ ନିକଟ ସଂପର୍କୀୟ। ସେ ୪୮ ବର୍ଷୀୟା ମହିଳା, ତାଙ୍କ ଘର ଯାଜପୁର ସଦର ବାସୁଦେବପୁର। ସେ ଘରେ ଥିଲେ କିନ୍ତୁ ଲକ୍ଷଣ ନଥିଲା। ସେ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୮୭ ନଂ ଆକ୍ରାନ୍ତ ୮୦ ବର୍ଷିୟା ବୃଦ୍ଧା ଓ ସେ ୭୩ ନମ୍ବରଙ୍କ ନିକଟ ସଂପର୍କୀୟ। ସେ ମଧ୍ୟ ଘରେ ଥିଲେ, ପରେ କ୍ୱାରେଣ୍ଟିନ ଯାଇଥିଲେ। ତାଙ୍କ ଦେହରେ ବି ଲକ୍ଷଣ ନଥିଲା।

୮୮ ଓ ୮୯ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ସରକାର ଦେଇଛନ୍ତି। ଉଭୟ ବାଲେଶ୍ୱର ନେଳିଆବାଗର। ୬୧ ନମ୍ବର ଆକ୍ରାନ୍ତଙ୍କ ସଂପର୍କୀୟ। ୮୮ ନମ୍ବର ଆକ୍ରାନ୍ତଙ୍କ ବୟସ ୩୬, ପୁରୁଷ, ଘର ନେଳିଆବାଗ। ଲକ୍ ଡାଉନ୍ ବେଳେ ଘରେ ଥିଲେ, ତାଙ୍କ ଠାରେ ଲକ୍ଷଣ ନଥିଲା କିନ୍ତୁ ଟେଷ୍ଟ ପରେ ପଜିଟିଭ୍ ଆସିଥିଲା।

୮୯ ନମ୍ବର ଆକ୍ରାନ୍ତଙ୍କ ବୟସ ୫୫ ବର୍ଷର ମହିଳା। ତାଙ୍କ ଘର ନେଳିଆବାଗ। ଲକ୍ଡାଉନ୍ ବେଳେ ଘରେ ଥିଲେ, ଲକ୍ଷଣ ନଥିଲା କିନ୍ତୁ  ପଜିଟିଭ୍ ଚିହ୍ନଟ ହୋଇଥିଲେ। ୮୪ ନମ୍ବର ଓ ୯୦ ନମ୍ବର ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର। ୮୪ନଂ ଆକ୍ରାନ୍ତ ୭୦ ବର୍ଷୀୟା ମହିଳା। ଘର ଦଶରଥପୁର କୋଦେଇବାଟି। ଆକ୍ରାନ୍ତ ମହିଳା ଜଣକ ୭୪ ନମ୍ବର ଆକ୍ରାନ୍ତଙ୍କ ନିକଟ ସଂପର୍କୀୟ।

ଲକ୍ ଡାଉନ୍ ବେଳେ ଘରେ ଥିଲେ, ପରେ କ୍ୱାରେଣ୍ଟିନକୁ ଆସିଲେ। ତାଙ୍କ ଠାରେ  ଲକ୍ଷଣ ନଥିଲା। ୯୦ନଂ ଆକ୍ରାନ୍ତ ୪୩ ବର୍ଷ ବୟସ୍କ ପୁରୁଷ। ଘର ବାସୁଦେବପୁର ବ୍ରହ୍ମଣୀଶାସନ। ଏପ୍ରିଲ ୧୬ରେ କୋଲକାତା ଖିଦିରପୁରରୁ ଆସି ଘରେ ପହଞ୍ଚିଥିଲେ। ହୋମ୍ କ୍ୱାରେଣ୍ଟିନରୁ ସରକାରୀ କ୍ୱାରେଣ୍ଟିନ୍ ଯାଇଥିଲେ। ତାଙ୍କ ନିକଟରେ କୌଣସି ଲକ୍ଷଣ ନଥିଲା।

ଆହୁରି ପଢ଼ନ୍ତୁ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ଉଚ୍ଛେଦ ହେଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂର ଉଠା ଦୋକାନ

ଓଟିଭି ଏମ୍‌ଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

You might also like