ବ୍ରହ୍ମପୁରର ନାବାଳକକୁ ପ୍ରଥମେ ଅପହରଣ ଓ ପରେ ହତ୍ୟା ଘଟଣାରେ ଅଭିଯୁକ୍ତକୁ ରିମାଣ୍ଡରେ ନେଲା ପୁଲିସ୍‌

ବ୍ରହ୍ମପୁର: ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଏକ ତରଫା ପ୍ରେମରୁ ମହିଳାଙ୍କ ନାବାଳକ ପୁଅକୁ ହତ୍ୟା ଘଟଣାରେ ଅଭିଯୁକ୍ତ ଦେବାଶିଷ ପଣ୍ଡାକୁ ପୁଲିସ୍‌ ଦୁଇ ଦିନିଆ ରିମାଣ୍ଡରେ ନେଇଛି।

ଏହି ସମୟରେ ଗୋଷାଣୀନୂଆଁଗାଁ ଥାନାର ପୁଲିସ୍‌ ଦେବାଶିଷକୁ ଅଧିକ ପଚରାଉଚରା କରିବ। ଏହା ସହିତ ତା ବିରୋଧରେ ଅଧିକ ତଥ୍ୟ ପ୍ରମାଣ ମଧ୍ୟ ସଂଗ୍ରହ କରିବ।

ଗତ ୧୨ ତାରିଖରେ ବ୍ରହ୍ମପୁର ସଦାନନ୍ଦବିହାରରୁ ଜଣେ ନାବାଳକକୁ ଅପହରଣ ପରେ ହତ୍ୟା କରାଯାଇଥିଲା।  ଅଭିଯୁକ୍ତ ଯାଜପୁରର ଦେବାଶିଷ ପଣ୍ଡା ନାବାଳକର ମାଆଙ୍କୁ ଏକତରଫା ଭଲ ପାଉଥିଲା।

ପୁଅକୁ ମାରି ଦେଲେ ତା ପ୍ରେମର କଣ୍ଟା ଯିବ ବୋଲି ଧରାପଡ଼ିବା ପରେ ପୁଲିସ୍‌ ଆଗରେ ସେ ସ୍ୱୀକାର କରିଥିଲା। ଫେସ୍‌ବୁକ୍ ଜରିଆରେ ସେ ମହିଳାଙ୍କ ସହ ସଂପର୍କ ସ୍ଥାପନ କରିଥିଲେ। ମହିଳା ଜଣକ ତାକୁ ଧରମ ଭାଇ କରିଥିଲେ ମଧ୍ୟ ଦେବାଶିଷ ତାଙ୍କୁ ଏକତରଫା ପ୍ରେମ କରୁଥିଲା।

You might also like