ଚଢ଼ାଉ ବେଳେ ଅବକାରୀ ଫ୍ଲାଇଂ ସ୍କ୍ୱାଡ୍ ଉପରେ ଆକ୍ରମଣ

ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ପାଟପୁରରେ ଗଂଜେଇ ଜବତ କରିବାକୁ ଯାଇଥିବା ଅବକାରୀ ଫ୍ଲାଇଂ ସ୍କ୍ୱାଡ୍ ଉପରେ ଆକ୍ରମଣ ହୋଇଛି। ଆକ୍ରମଣକାରୀମାନେ ଜବତ ଗଂଜେଇକୁ ଛଡ଼ାଇ ନେବା ସହ ଫ୍ଲାଇଂ ସ୍କ୍ୱାଡ୍‌ ବ୍ୟବହାର କରୁଥିବା ଗାଡ଼ିକୁ ଭଂଗାରୁଜା କରିଛନ୍ତି।

ସୂଚନାନୁସାର ଅବକାରୀ ବିଭାଗର ମିଳିତ ଟିମ୍ ଚଢ଼ଉ କରିବା ପାଇଁ ରୁପସାରୁ ପାଟପୁର ଗାଁକୁ ଯାଇଥିଲେ। ଏହି ଟିମ୍‌ରେ କଟକ ଅବକାରୀ ଫ୍ଲାଇଂ ସ୍କ୍ୱାଡ୍ ଓ ବାଲେଶ୍ୱର ଅବକାରୀ ବିଭାଗର ଟିମ୍ ସାମିଲ୍‌ ଥିଲେ। ସେମାନେ ଚଢ଼ାଉ କରୁଥିବା ସମୟରେ ଅକ୍ରମଣର ଶିକାର ହୋଇଥିଲେ।

ଘଟଣାସ୍ଥଳରୁ ଗଞ୍ଜେଇ କାରବାର କରୁଥିବା ମଣ୍ଟୁ ପ୍ରଧାନ ନାମକ ଯୁବକ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଆକ୍ରମଣକାରୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ଅବକାରୀ ଫ୍ଲାଇଂ ସ୍କ୍ୱାଡ୍।

 

You might also like