ବିଳମ୍ବିତ ରାତିରେ ଲାଇନ୍‌ଚ୍ୟୁତ୍‌ ହେଲା ଟ୍ରେନ୍‌ର ୧୨ ବଗି

କୋରାପୁଟ: କୋରାପୁଟ-ଜୟପୁର ରେଳପଥର ମାନବାର ରେଲ୍‌ୱେ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍‌ର ୧୨ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଛି। ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଏହି ଘଟଣା ଘଟିଛି।

ଟ୍ରେନ୍‌ଟି ଲୁହାପଥର ଗୁଣ୍ଡ ବୋଝେଇ କରି ଛତିଶଗଡ଼ କିରଣ୍ଡୁଲ୍‌ରୁ ବିଶାଖାପାଟଣା ଯାଉଥିବା ବେଳେ ଲାଇନ୍‌ଚ୍ୟୁତ୍‌ ହୋଇଥିଲା।

ଲାଇନ୍‌ଚ୍ୟୁତ୍‌ର କାରଣ ଅସ୍ପଷ୍ଟ ଥିବାବେଳେ ଉଦ୍ଧାର କାମ ଜାରି ରହିଛି।

You might also like