ରାଉରକେଲାରେ ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ

ରାଉରକେଲା: ରାଉରକେଲାରେ ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ। ଆଜି ରାଉରକେଲା ବନ୍ଧମୁଣ୍ଡାରେ ଏକ ମାଲ୍‌ବାହୀ ଟ୍ରେନ୍‌ର ୫ଟି ବଗି ଲାଇନଚ୍ୟୁତ ହୋଇଥିଲା।

ଫଳରେ କିଛି ସମୟ ଲାଗି ସେହି ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପରେ ଲାଇନ୍‌ କ୍ଲିଅର ହେବା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା। ତେବେ ଲାଇନ୍‌ଚ୍ୟୁତ ହେବାର କାରଣ ଜଣାପଡି ନଥିଲାବେଳେ ରେଳ ଲାଇନ୍‌ରେ ତ୍ରୁଟି ଯୋଗୁଁ ଏହା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

You might also like