ମାଲବାହୀ ଗାଡ଼ି ଦେବେନି ଟିକସ

ଭୁବନେଶ୍ୱର: ଦେଶ ଓ ରାଜ୍ୟରେ ଲକ୍‌ଡାଉନ୍‌ ଯୋଗୁ ମାଲବାହୀ ଯାନ ଟିକସ ଦେବା ଉପରେ ସାମୟିକ ସ୍ଥଗିତ ରଖିଛି ବାଣିଜ୍ୟ ଓ ପରିବହନ ବିଭାଗ। ମାଲବାହୀ ଯାନକୁ ୩ ମାସ ଟିକସ କୋହଳ କରାଯାଇଛି।

ଏପ୍ରିଲ ୩୦ ଯାଏ ଲକ୍‌ଡାଉନ୍ ଅବଧି ବୃଦ୍ଧି ହେବା ପରେ ଏଣିକି ଏପ୍ରିଲରୁ ଜୁନ୍ ଯାଏଁ ମାଲବାହୀ ଗାଡ଼ି କୌଣସି ଟିକସ ଦେବେନି।

ଏହି ସମୟରେ କୌଣସି ଅତିରିକ୍ତ ଶୁଳ୍କ ମଧ୍ୟ ଆଦାୟ କରାଯାଇପାରିବନି। ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁଲାଇ ଯାଏଁ ରାଜ୍ୟ ସରକାର ଗ୍ରେସ୍ ପିରିୟଡ୍ ଦେଇଥିବା ମଧ୍ୟ ଏଥିରେ ଉଲ୍ଲେଖ ରହିଛି।

You might also like