• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର  : ପୁଲିସର ନିଃସ୍ୱାର୍ଥପର ସେବା କଥା କହିଲେ କେହି ବି ସହଜରେ ବିଶ୍ୱାସ କରିବେ ନାହିଁ। ହେଲେ ଏବେ ଯେଉଁ ଚିତ୍ର ଆସିଛି ତାହା ଦେଖିଲେ ହୁଏତ ଆପଣଙ୍କର ଏ ଭାବନା ବଦଳି ଯାଇପାରେ ।

ପୁଲିସ ବି ଅସହାୟ ଲୋକଙ୍କ ଦରଦୀ ବନ୍ଧୁ ସାଜିପାରେ ତାହା କଟକର ଜଣେ ଟ୍ରାଫିକ୍‌ ପୁଲିସ କରି ଦେଖାଇଛନ୍ତି। ଜଣେ ଅସହାୟ ଦୃଷ୍ଟିହୀନ ପରିବାରକୁ ରାସ୍ତା ପାର କରି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ହାବିଲଦାର ଲଲିତ୍‌ ମୋହନ ରାଉତ। ଯାହାକୁ ନେଇ ଭିଡିଓ ସହ ଟ୍ୱିଟ୍‌ କରିଛନ୍ତି ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ।

କଟକ ଶିଖରପୁରରେ ହାବିଲଦାର ଲଲିତ୍‌ ମୋହନ ନିଜ ଡ୍ୟୁଟି ସମୟରେ ଦୃଷ୍ଟିହୀନ ପରିବାରର ୩ ଜଣ ସଦସ୍ୟଙ୍କ ହାତ ଧରି ରାସ୍ତା ପାର କରୁଥିବା ଦେଖିବାକୁ ମିଳିଛି। ପୁଲିସ କମିଶନରଙ୍କ ଏହି ଟ୍ୱିଟ୍‌କୁ ନେଇ ଅନେକ ରି-ଟ୍ୱିଟ୍‌ କରି ପୁଲିସର ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଜଣେ ପୁଲିସ କର୍ମଚାରୀର ହୃଦୟ କେତେ ଯେ କୋମଳ ତାହା ଏହି ଘଟଣାରୁ ବେଶ୍‌ ପ୍ରତିପାଦିତ ହେଉଛି।

Good-work-by-havildar-lalit-mohan-rout-in-helping-out-this-visually-challenged-family
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories