ସେଲ୍‌ଟର ହୋମ୍ କେଳଙ୍କାରୀ : ଆଜି ସରୁଛି ଫୟାଜ ରେହମାନର ରିମାଣ୍ଡ

ଢେଙ୍କାନାଳ : ଢେଙ୍କାନାଳ ବେଲଟିକିରି ସେଲ୍‌ଟର ହୋମ୍ କେଳଙ୍କାରୀର ନାୟକ ଫୟାଜ ରହେମନଙ୍କ ଦୁଇ ଦିନିଆ ପୁଲିସ୍‌ ରିମାଣ୍ଡ ଆଜି ସରୁଛି। ଢେଙ୍କାନାଳ ପୁଲିସ୍‌ ସେଲଟର ହୋମ୍ ନିର୍ଯାତନା ଘଟଣାରେ ଘନ ଘନ ଜେରା କରିଥିବା ଜଣାପଡ଼ିଛି।

ରିମାଣ୍ଡର ଶେଷ ଦିନରେ ମଧ୍ୟ ପୁଲିସ୍‌ ସେଲ୍‌ଟର ହୋମ୍ କେଳେଙ୍କାରୀ ନେଇ ପ୍ରଶ୍ନ କରିବ। କିପରି ବେଆଇନ୍ ଭାବେ ବର୍ଷ ବର୍ଷ ଧରି ଚାଲିଥିଲା ସେଲ୍‌ଟର ହୋମ୍, ନିରୀହ ନାବାଳିକାଙ୍କ ସହିତ କିପରି ଚାଲିଥିଲା ଯୌନ ଶୋଷଣ ଏବଂ ସେଲ୍‌ଟର ହୋମ୍‌ରେ କିପରି ନାବାଳିକାଙ୍କ ଧର୍ମ ପରିବର୍ତ୍ତନ ଚାଲିଥିଲା, ସେସବୁ ଘଟଣା ଉପରେ ଗୁଡ଼େଇ ତୁଡ଼େଇ ପୁଲିସ୍‌ ପ୍ରଶ୍ନ କରିବ।

ଅନ୍ୟପଟେ ରାଜ୍ୟର ବିଭିନ୍ନ ଜାଗାରେ ଥିବା ଗୁ଼ଡନ୍ୟୁଜ୍‌ ଇଣ୍ଡିଆର ସେଲ୍‌ଟର ହୋମ୍‌ ଗୁଡ଼ିକରେ ଚଢ଼ାଉ କରିବାରୁ ଶାଖା ଗୁଡ଼ିକ ମଧ୍ୟ ବେଆଇନ ଭାବେ ଚାଲୁଥିବା ତଥ୍ୟ ପଦାକୁ ଆସିଛି। ଅନ୍ୟପଟେ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସ ରାସ୍ତାକୁ ଓହ୍ଲାଇଥିବା ବେଳେ ବିଜେପି ମଧ୍ୟ ଧର୍ମପରିବର୍ତ୍ତନ ପାଇଁ ସରକାରଙ୍କୁ କାଠ ଗଡ଼ାରେ ଠିଆ କରିଛି।

You might also like