ଭୁବନେଶ୍ୱର : ଖୋଲୁଛି ରାଜଧାନୀର ଗୋଲଡେନ୍ ବାବା ତଥା ଜ୍ୟୋତିରଂଜନ ବେହେରାଙ୍କ ସମ୍ପତ୍ତିର ପେଡ଼ି। ଆଜି କମିଶନରେଟ୍ ପୁଲିସ ଲକ୍ଷ୍ମୀସାଗରରେ ଦେଢ କେଜି ଓଜନ ସୁନା ଥିବା ଲକରକୁ ଅଚଳ କରିଛି।
ଯାହାର ମୂଲ୍ୟ ପ୍ରାୟ ୪୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ତାସହ ତାଙ୍କ ନାଁରେ ଥିବା ବିଭିନ୍ନ ଦାମୀ କାରକୁ ମଧ୍ୟ ଜବତ କରିବାକୁ ପୁଲିସ ଯୋଜନା କରିଛି।
ଯେଉଁଥିରେ ରହିଛି ମର୍ସିଡିଜ୍ ଏବଂ ବିଏମଡବ୍ଲୁ କାର ସହ କିଛି ବାଇକ୍। ସେପଟେ ରିମାଣ୍ଡ ସରିବା ପରେ ଗୋଲ୍ଡେନ ବାବା ଓରଫ ଜ୍ୟୋତି ରଂଜନ ବେହେରାଙ୍କୁ ଜେଲ୍କୁ ପଠାଯାଇଛି। ଆବଶ୍ୟକ ପଡ଼ିଲେ ପୁଣି ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୁଲିସ କହିଛି।