ରିମାଣ୍ଡରେ ଗଲେ ଗୋଲଡେନ ବାବା

ଭୁବନେଶ୍ୱର : ଗୋଲଡେନ ବାବା ଓରଫ୍ ଜ୍ୟୋତି ରଂଜନ ବେଉରାଙ୍କୁ ରିମାଣ୍ଡରେ ନେଲା କ୍ରାଇମ୍‌ ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା। ଗୋଟିଏ ଦିନ ରିମାଣ୍ଡରେ ନେବାକୁ ଏସଡିଜେଏମ ଅନୁମତି ଦେବା ପରେ ଇଓଡବ୍ଲୁର ଏକ ନିର୍ଦ୍ଦିଷ୍ଟ ଟିମ୍ ଝାଡପଡ଼ା ଜେଲରୁ ଗୋଲଡେନ ବାବାଙ୍କୁ ନିଜ ଅକ୍ତିଆରକୁ ନେଇ ପଚରା ଉଚରା ଆରମ୍ଭ କରିଛି।

ଲକ୍ଷ୍ମୀସାଗର ଓ ଚନ୍ଦ୍ରଶେଖରପୁର ଥାନାର ଦୁଇଟି ମାମଲାକୁ ଇଓଡବ୍ଲୁ ନେଇ ତଦନ୍ତ ଆରମ୍ଭ କରିଛି। ଏତେ ସଂପତ୍ତିର ମାଲିକ କିପରି ହେଲେ, କୋଟି କୋଟି ଟଙ୍କା ଠକେଇ ପଛରେ କେବଳ ଗୋଲଡେନ ବାବା ନା ଆଉ କାହାର ସଂପୃକ୍ତି ରହିଛି।

ନେତାଙ୍କ ସହ ମାଳମାଳ ଫଟୋ ଥିବାରୁ ଗୋଲଡେନ ବାବାଙ୍କୁ ସେମାନେ ପ୍ରଶୟ ଦେଉଥିଲେ କି ? ରାଜନୈତିକ ବ୍ୟକ୍ତି ବିଶେଷଙ୍କ ସହ ଲିଙ୍କ ରଖି ଠକେଇ ହେଉଥିଲା କି ? ଏସବୁର ଖୋଳତାଡ୍‌ କରିବ ଇଓଡବ୍ଲୁ।

ପୂର୍ବରୁ କମିଶନରେଟ୍‌ ପୁଲିସ ଗୋଲଡେନ ବାବାଙ୍କ ୪୦ ଲକ୍ଷ ଟଙ୍କାର ପ୍ରାୟ ଦେଢ କେଜି ଓଜନର ସୁନା ରହିଥିବା ଲକରକୁ ଫ୍ରିଜ୍‌ କରିଛି। ତା ନାଁରେ ବେନାମୀ ପ୍ରପର୍ଟି କଣ ରହିଛି ତା’ର ମଧ୍ୟ ଖୋଳତାଡ୍ କରିବ ଇଓଡବ୍ଲୁ।

ଆହୁରି ପଢ଼ନ୍ତୁ

ବିଜୁ ଯୁବ ବାହିନୀ ସଦସ୍ୟ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ

ଭାଙ୍ଗିଲା ରକ୍ଷଣଶୀଳତାର ମଜବୁତ୍ ବାଡ଼; ଝିଅ କାନ୍ଧରେ ମଶାଣି ଗଲେ ବାପା

ପାଟକୁରା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ବିରୋଧରେ ନକଲି ଭିଡିଓ ଭାଇରାଲ୍

କ୍ରୀଡ଼ାର ପ୍ରାଣ କେନ୍ଦ୍ର କୁହାଯାଉଥିବା ଓଡ଼ିଶାରେ ନାହିଁ କ୍ରୀଡ଼ା ନୀତି

ପ୍ରଶାନ୍ତଙ୍କ ଦୃଢ଼ ଇଛାଶକ୍ତି ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା

ଧୋକା ଦେଲା ମୌସୁମୀ: ଶ୍ରାବଣ ମାସରେ ବିଲ ଫାଟି ଆଁ

ସାପ ସହ ଷ୍ଟଣ୍ଟ କରିବା ମହଙ୍ଗା ପଡ଼ିଲା

ବିଜେପି ସଦସ୍ୟତା ଅଭିଯାନ: ୧୦ ଲକ୍ଷ ଯୁବକଙ୍କୁ ଦଳରେ ସାମିଲ୍‌ କରିବାକୁ ଲକ୍ଷ୍ୟ

ପାଣି ପାଇଁ ତାତିଲେ ଲୋକେ

ପାଟକୁରା ନିର୍ବାଚନ: ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଦାବି କଲା ବିଜେଡି

ଦୁର୍ବୃତ୍ତ ଝାମ୍ପିନେଲେ ସାଢ଼େ ୬ ଲକ୍ଷ ଟଙ୍କା

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିୟନସିପ୍ ; ଫାଇନାଲରେ ଭାରତୀୟ ପୁରୁଷ ଓ ମହିଳା ଟିମ୍

You might also like