ଭୁବନେଶ୍ୱର ବିମାନ ବନ୍ଦରରେ ପୁଣି ସୁନା ଜବତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ପୁଣି ସୁନା ଚୋରାଚାଲାଣ ଧରାପଡ଼ିଛି। ୬୯୦ ଗ୍ରାମରୁ ଅଧିକ ଓଜନର ସୁନାକୁ ବିମାନବନ୍ଦର କର୍ତ୍ତୃପକ୍ଷ ଜବତ କରିଛନ୍ତି।

କ୍ୱାଲାଲାମ୍ପୁରରୁ ଆସିଥିବା ଜଣେ ଭାରତୀୟ ବଂଶୋଦ୍ଭବଙ୍କ ଠାରୁ ଏହି ସୁନା ଜବତ ହୋଇଥିବା ସୂଚନା ମିଳିଛି। ଏକ ଟ୍ରଲି ବ୍ୟାଗ୍‌ରେ ଆଲୁମିନିୟମ୍ ଲାଇନିଙ୍ଗ୍‌ରେ ସେ କ୍ୱାଲାଲାମ୍ପୁରରୁ ସୁନା ଲୁଚାଇ ଆଣୁଥିଲେ ବୋଲି କୁହାଯାଉଛି। ଚେନ୍ନାଇରୁ ଏୟାର ଏସିଆ ବିମାନ ଯୋଗେ ଆସିବା ପରେ ଭୁବନେଶ୍ୱର ବିମାନ ବନ୍ଦରରେ ସଂପୃକ୍ତ ବ୍ୟକ୍ତି ଜଣକ ଧରାପଡ଼ିଛନ୍ତି।

You might also like