ଝିଅ ବାହାଘର ପାଇଁ ରଖିଥିବା ସୁନା ଲୁଟି ନେଲେ ଚୋର

ଖୋର୍ଦ୍ଧା:ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ଅସରଳା ଗାଁରେ ଚୋର ଆତଙ୍କରେ ଲୋକେ ଅତିଷ୍ଠ ହୋଇପଡ଼ିଲେଣି। ସୋମବାର ରାତିରେ ଗାଁର ୫ଟି ଜାଗାରେ କଳାକନା ବୁଲାଇଛି ଚୋର। ଲୁଟି ନେଇଛି ଲକ୍ଷାଧିକ ଟଙ୍କାର ଗହଣା, ଘରକରଣା ଜିନିଷ ଓ ନଗଦ ଟଙ୍କା।

ଏହି ଗାଁର ବଂଶୀଧର ସ୍ୱାଇଁ ତାଙ୍କ ଝିଅ ବାହାଘର ପାଇଁ ପ୍ରସ୍ତୁତ ହେଉଥିଲେ। ଝିଅ ପାଇଁ ସୁନାଗହଣା କିଣି ରଖିଥିଲେ। ଗତକାଲି ରାତିରେ ଚୋର ପଶି  ସବୁ ସୁନାଗହଣା ଲୁଟି ନେଇଛି। ଝିଅ ବାହାଘର କିପରି କରିବେ ବଂଶୀଧର ମୁଣ୍ଡରା ହାତ ଦେଇ ବସିଛନ୍ତି।

ସେହିପରି ଗାଁର ସୁର ମିଶ୍ରଙ୍କ ଘରେ ମଧ୍ୟ ସେଦିନ ରାତିରେ ଚୋର ପଶିଥିଲା। ଘରେ ଥିବା  ୫ ହଜାର ଟଙ୍କା ନେବାକୁ ଉଦ୍ୟମ କରୁଥିବାବେଳେ ପରିବାର ଲୋକେ ଉଠି ପଡ଼ିଥିଲେ। ଫଳରେ ଚୋରମାନେ ଟଙ୍କା ଛାଡି ଘଟଣାସ୍ଥଳରୁ ପଳାଇ ଯାଇଥିଲେ।

ଆହୁରି ପଢ଼ନ୍ତୁ

You might also like