ବେଲଗାମ୍ ସୁନା ଦର ; ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦାମ୍‌

ସପ୍ତାହେ ତଳେ ଭରିଏ ସୁନା ଦର ଯାହା ଥିଲା ଏବେ ଆଉ ୨ ହଜାର ଅଧିକ

ଭୁବନେଶ୍ୱର : ଅମୂଲ ମୂଲ ହୋଇଛି ସୁନା। ସପ୍ତାହେ ତଳେ ଭରିଏ ସୁନା ଦର ଯାହା ଥିଲା ଏବେ ଆଉ ୨ ହଜାର ଅଧିକ। ଆନ୍ତର୍ଜାତିକ ବଜାରରେ ବି ଗତ ୬ ବର୍ଷ ଭିତରେ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦାମ୍। ଏଥିପାଇଁ ଅର୍ଥନୀତି ବିଷାରଦ କେତେକ ପ୍ରମୁଖ କାରଣ ଯଥାକ୍ରମେ ଆମେରିକା-ଇରାନ୍ ଯୁଦ୍ଧ ସ୍ଥିତି ଓ ଡଲାରର ଅବମୂଲ୍ୟାୟନକୁ ମୁଖ୍ୟତଃ ଦାୟୀ କରିଛନ୍ତି । ଦର ଆଗରୁ ୪୦ ହଜାର ଟପିବା ନେଇ ବି ଆଶଙ୍କା କରିଛନ୍ତି। ତେଣେ ଭାଉ ଯେତେ ହେଲେ ବି ବାହା ଋତୁରେ କିନ୍ତୁ ସୁନା କିଣିବାକୁ ବାଧ୍ୟ ହେଉଛନ୍ତି ସାଧାରଣ ଲୋକେ।

ବିବାହ ଋତୁରେ ବେଲଗାମ୍ ସୁନା ଦର। ନିଇତି ବଢ଼ି ଚାଲିଛି ଭାଉ। ମାତ୍ର ସପ୍ତାହେ ତଳେ ୧୦ଗ୍ରାମ୍ ପିଛା ରେଟ୍ ଯାହା ଥିଲା ଏବେ ପ୍ରାୟ ୨ ହଜାର ଟଙ୍କାରୁ ଅଧିକ। ବାହାଘର ସିଜିନ୍ ଥିବାରୁ ଲୋକେ ଅଳଙ୍କାର କିଣିବାକୁ ଯାଇ ଦାମ୍ ଶୁଣି ମୁଣ୍ଡକାନ ଝାଇଁ ମାରି ଯାଉଛି। ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପିଛା ଦର ୩୪ ହଜାର ଉପରେ ରହିଛି । ଅଳଙ୍କାରରେ ଆହୁରି ଗଢ଼ା ମଜୁରୀ ମିଶିଯାଉଛି । ତେଣୁ ଗରିବ ଓ ମଧ୍ୟବିତ୍ତ ପରିବାରଙ୍କ ପାଇଁ ତ ଗହଣା କିଣା ଯେମିତି ସ୍ୱର୍ଗଗ ଚାନ୍ଦ ଭଳି ହେଲାଣି । ତେବେ ବାହାଘରରେ ବର-କନ୍ୟାଙ୍କୁ ସୁନା ଟିକିଏ ନିଶ୍ଚିତ ଉପହାର ଦେବାର ପରମ୍ପରା ଥିବାରୁ ବଜେଟ୍ ବାଧିଲେ ବି ଅଳ୍ପ କିଛି କିଣି ଆଡଜଷ୍ଟ କରିବାକୁ ପଡୁଥିବା କହିଛନ୍ତି ଗ୍ରାହକ।

କାହିଁକି ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଭାଉ? ସୁନା ଅମୂଲ ମୂଲ ହେବା ପଛରେ ରହିଛି କି କାରଣ? ଅର୍ଥନୀତି ବିଷାରଦଙ୍କ ମତରେ ଆମେରିକା-ଇରାନ୍ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ଭଳି ସ୍ଥିତି ଏହାର ପ୍ରମୁଖ କାରଣ।  ତା’ସହ ଆମେରିକା-ଚୀନ୍ ବାଣିଜ୍ୟିକ ଯୁଦ୍ଧର ମଧ୍ୟ ଏହା ଅନ୍ୟତମ ପ୍ରଭାବ। ତା’ଛଡ଼ା ବିଭିନ୍ନ ରାଷ୍ଟ୍ରର କେନ୍ଦ୍ରୀୟ ବ୍ୟାଙ୍କମାନଙ୍କ ସୁଧ ହାର ହ୍ରାସ ସାଙ୍ଗକୁ ଆନ୍ତର୍ଜାତିକ ବଜାରରେ ଆମେରିକୀୟ ଡଲାରର ଅବମୂଲ୍ୟାୟନ ଯୋଗୁଁ ନିବେଶକ ସୁନାରେ ପୁଞ୍ଜି ନିବେଶ କରିବାକୁ ଅଧିକ ସୁରକ୍ଷିତ ମନେ କରୁଛନ୍ତି। ତେଣୁ ଆକାଶ ଛୁଆଁ ହେଉଛି ସୁନା ଭାଉ। ଯାହା ନିୟନ୍ତ୍ରଣକୁ ନଆସିବା ଯାଏଁ ଅର୍ଥନୀତି ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ବିଷାରଦ।

ଭୁବନେଶ୍ୱରରେ ସୁନା ଦର ୧୦ ଗ୍ରାମ ପିଛା ୩୪ ହଜାର ୪୦ ଟଙ୍କା ଉପରେ ରହିଥିବାବେଳେ ଦିଲ୍ଲୀରେ ୩୪ ହଜାର ୪୭୦ ଟଙ୍କା ଓ ମୁମ୍ବାଇରେ ଦର ୩୪ ହଜାର ୫୮୮ଟଙ୍କାରେ ପହଞ୍ଚିଛି। ଆଗକୁ ଦର ୪୦ ହଜାର ଛୁଇଁପାରେ ବୋଲି ଅର୍ଥନୀତି ବିଷାରଦ ଆଶଙ୍କା କରିଛନ୍ତି।

ଆହୁରି ପଢ଼ନ୍ତୁ

ଛୁଟିରେ ଗଲେ ମୁଖ୍ୟ ସଚିବ ଆଦିତ୍ୟ ପାଢ଼ୀ

ମହିଳାଙ୍କ ପ୍ରତି ହିଂସା ପ୍ରତିବାଦରେ ବୁଧବାର କଂଗ୍ରେସର ରାଜ୍ୟବ୍ୟାପୀ ବିକ୍ଷୋଭ

ପୁଅ ସହିଦ ହେବାର ୨୦ ବର୍ଷ ପରେ ବି ଶୁଖିନି ମା’ ଆଖିର ଲୁହ

ପାଟକୁରାରେ କାହାର ହେବ ଜିତ୍ : ଆସନ୍ତାକାଲି ଆସିବ ଫଇସଲା

କ୍ରସର ୟୁନିଟ୍ ଉପରେ ଏସ୍‌ଟିଏଫ୍‌ର ରେଡ୍

ଏମିତି ଆମ ଡାକ୍ତରଖାନା: କେଉଁଠି ଡାକ୍ତର ନାହାନ୍ତି ତ କେଉଁଠି ରୋଗୀଙ୍କ ପାଇଁ ବେଡ୍‌ ନାହିଁ

ବିଜ୍ଞାନ ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଧାରଣା

ବୁଲେଇନେବା ବାହାନାରେ ନାବାଳିକାଙ୍କୁ ଦୁଷ୍କର୍ମ ; ଅଭିଯୁକ୍ତ ଗିରଫ

ପୁରୀର ପ୍ରସିଦ୍ଧ ସିଦ୍ଧମହାବୀର ମନ୍ଦିର ଦାନ ବାକ୍ସରୁ ଲୁଟ୍‌

ଋଣଭାର ଯୋଗୁଁ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ

ଲଘୁଚାପ ହେଲେ ୨୫, ୨୬ରେ ପ୍ରବଳ ବର୍ଷିବ

ଆଶ୍ରୟ ଗୃହରେ ନାବାଳିକା ଯୌନ ନିର୍ଯାତନା ଘଟଣା: ଜେଲ ଗଲେ ନିର୍ଦ୍ଦେଶକ

You might also like