ଜିଏମ୍ ବିଶ୍ୱବିଦ୍ୟାଳୟ-ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ମୁହାଁମୁହିଁ

ସମ୍ବଲପୁର(ସଞ୍ଜୟ କୁମାର ଜେନା): ଯୁକ୍ତ ୨ ପରୀକ୍ଷାକୁ ନେଇ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଏବଂ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଉଭୟଙ୍କ ମଧ୍ୟରେ ଏହି ବିବାଦ ଦେଖାଦେଇଛି।

ବିଶ୍ୱବିଦ୍ୟାଳୟରେ ପରୀକ୍ଷା ନ କରିବାକୁ ନେଇ କୁଳପତିଙ୍କ ଅନୁରୋଧକୁ ସ୍କୁଲ୍ ଓ ଗଣ ଶିକ୍ଷା ବିଭାଗ ଅଣଦେଖା କରିବା ପରେ ବିବାଦ ଉପୁଜିଛି।

ଚଳିତଥର ଯୁକ୍ତ ଦୁଇ ପରୀକ୍ଷାକେନ୍ଦ୍ର ଜିଏମ୍ ବିଶ୍ୱବିଦ୍ୟାଳୟରେ ନକରିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଉଚ୍ଚ ଶିକ୍ଷା ସଚିବଙ୍କୁ ଚିଠି ଲେଖିଥିଲେ । ପରୀକ୍ଷା କେନ୍ଦ୍ର ହେବା ଦ୍ୱାରା ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାଘାତ ହେଉଥିବା ଚିଠିରେ ଉଲ୍ଲେଖ ମଧ୍ୟ କରିଥିଲେ। ଯୁକ୍ତଦୁଇ ପରୀକ୍ଷା ସୁଚୀ ପ୍ରକାଶର ଅନେକ ଦିନ ପୂର୍ବରୁ ସେ ଏହି ଚିଠି ଲେଖିଥିଲେ।

ତେବେ ଏ ସବୁ ପରେ ମଧ୍ୟ ବିବାଦର ସମାଧାନ ହୋଇପାରିନାହିଁ। ବିଶ୍ୱ ବିଦ୍ୟାଳୟର ପାଠପଢ଼ା ଓ ପରୀକ୍ଷା ପ୍ରଭାବିତ ହେବା ଜଳ ଜଳ ହୋଇ ଦିଶୁଛି।

ଜିଏମ୍ ବିଶ୍ୱବିଦ୍ୟାଳୟରେ ମୋଟ ୩୦ଟି  ହଲ୍‌ ଥିବା ବେଳେ, ସବୁ ହଲ୍‌ଗୁଡ଼ିକୁ ପରୀକ୍ଷା ପାଇଁ ଦେବାକୁ ଆବେଦନ କରାଯାଇଛି। ଏଠାରେ ଜିଏମ୍ ଜୁନିୟର୍ କଲେଜ୍ ସହ ଅନ୍ୟ ଘରୋଇ ଯୁକ୍ତ ଦୁଇ କଲେଜର ପ୍ରାୟ ୧୪ଶହ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

ଫଳରେ ମାର୍ଚ୍ଚ ୭ ରୁ ୩୦ ତାରିଖ ଯାଏ ପରୀକ୍ଷା ପାଇଁ ବିଶ୍ୱବିଦ୍ୟାଳୟର ପାଠପଢ଼ା ବନ୍ଦ ରହିବ।  ଏହାସହ ଜିଏମ୍ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ,ଏନ୍‌ସିସି ପଞ୍ଚମ ବାଟାଲିଅନ୍‌ ଅଫିସ୍ ଏବଂ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ଅଫିସ୍ କାମ କରୁଛି। ତେଣୁ ଏଠାରେ ସ୍ଥାନର ଅଭାବ ଦେଖାଦେଇଛି। କୁଳପତିଙ୍କ ଆପତ୍ତି ଓ ଉଚ୍ଚ ଶିକ୍ଷା ସଚିବଙ୍କ ଚିଠି ପରେ ମଧ୍ୟ ଏଠାରେ ପରୀକ୍ଷା କେନ୍ଦ୍ର ହୋଇଛି। ଚଳିତ ବର୍ଷ ପରୀକ୍ଷା କେନ୍ଦ୍ର କରିବା ପାଇଁ ମତ ଦେଇଛନ୍ତି ସରକାର।

 

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like