ଅନଲାଇନରେ ଗ୍ଲୋବାଲ ଟେଣ୍ଡର ଡାକିଲା ରାଜ୍ୟ ଔଷଧ ନିଗମ

ଭୁବନେଶ୍ୱର : ରାଜ୍ୟରେ କରୋନା ଟିକା ଚାହିଦା ପୂରଣ ପାଇଁ ଅନଲାଇନ୍ ଗ୍ଲୋବାଲ ଟେଣ୍ଡର ଡାକିଲା ରାଜ୍ୟ ଔଷଧ ନିଗମ । ନିଲାମ ପାଇଁ ନିଗମ ପକ୍ଷରୁ କାର୍ଯ୍ୟସୂଚୀ ଜାରି କରାଯାଇଛି । ଆସନ୍ତା ୧୯ ତାରିଖରେ ଏନେଇ ଅନଲାଇନ ବୈଠକ ବସିବ । ବୈଠକରେ, ଅନଲାଇନ୍ ଲିଙ୍କ୍ ଘୋଷଣା କରାଯିବ । ୨୦ରୁ ୨୮ ତାରିଖ ମଧ୍ୟରେ ବିଡ୍ ସବମିସନ କରିପାରିବେ କମ୍ପାନୀ ।  ଟିକା ପ୍ରସ୍ତୁତକାରୀ ଓ DCGI ଅନୁମୋଦିତ କଂପାନୀ ଆବେଦନ କରିପାରିବେ ।

ରାଜ୍ୟ ସରକାର ବିଶ୍ୱ ବଜାରରୁ ୩ କୋଟି ୮୦ ଲକ୍ଷ ଟିକା ଆଣିବା ଲକ୍ଷ୍ୟରେ ଏହି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ୩୦ ଦିନ ଭିତରେ ୭୫ଲକ୍ଷ ଡୋଜ୍ ଯୋଗାଇବେ ଟିକା ଯୋଗାଣକାରୀ କମ୍ପାନି । ରାଜ୍ୟ ଔଷଧ ନିଗମ ଧାର୍ଯ୍ୟ ଡୋଜର ୩୦ ପ୍ରତିଶତ ଟଙ୍କା ଆଗୁଆ ପ୍ରଦାନ କରିବ। ଅନ୍ୟପଟେ ଟିକା ପାଇବାର ୨୦ ଦିନ ଭିତରେ କମ୍ପାନୀକୁ ସମ୍ପୂର୍ଣ୍ଣ ଟଙ୍କା ପ୍ରଦାନ କରାଯିବ । ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆଙ୍କ ଦ୍ବାରା ସ୍ବୀକୃତିପ୍ରାପ୍ତ ହୋଇଥିବା କମ୍ପାନି ହିଁ ଟେଣ୍ଡର୍ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ । ଗ୍ଲୋବାଲ ଟେଣ୍ଡରର ଅବଧି ୬ମାସ ରଖିଛି ଔଷଧ ନିଗମ ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲୋ ୬ ମାସ ଅବଧି ମଧ୍ୟରେ ଆବେଦନ କରିଥିବା ସଂସ୍ଥା ନିଜର ଆବେଦନ ପ୍ରକ୍ରିୟାକୁ ଫେରାଇ ନେଇପାରିବେ ନାହିଁ । ପୂର୍ବ ନିର୍ଦ୍ଧାରିତ କୌଣସି ସର୍ତ୍ତ ରେ ଖିଲାପ କଲେ ଆବେଦନକାରୀ ସଂସ୍ଥାର ଆବେଦନକୁ ଖାରଜ କରିଦିଆଯିବ ।

 

 

You might also like