ରାଜନେତାଙ୍କ ଅପରାଧିକ ମାମଲାର ତଥ୍ୟ ଦିଅ: ହାଇକୋର୍ଟ

କଟକ: ଅପରାଧିକ ମାମଲାରେ ଜଡ଼ିତ ରାଜନେତାଙ୍କ ବଢିଲା ଅଡୁଆ। ରାଜ୍ୟରେ ରାଜନେତାଙ୍କ ବିରୋଧରେ କେଉଁ କୋର୍ଟରେ କଣ ମାମଲା ରହିଛି ଏହାର ସବିଶେଷ ତଥ୍ୟ ମାଗିଛନ୍ତି ହାଇକୋର୍ଟ। ଏ ସମ୍ପର୍କରେ ନିଜ ଆଡୁ ଏକ ମାମଲା ରୁଜୁ କରି ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି କୋର୍ଟ।

ପୂର୍ବତନ ଓ ବର୍ତ୍ତମାନର ସମସ୍ତ ସାସଂଦ ଏବଂ ବିଧାୟକଙ୍କ ବିଷୟରେ ତଥ୍ୟ ଦେବାକୁ ଆଡଭୋକେଟ ଜେନରାଲଙ୍କୁ ହାଇକୋର୍ଟ କହିଛନ୍ତି। ରାଜନେତାଙ୍କ ବିରୋଧରେ ଥିବା ମାମଲାର ତ୍ୱରିତ ବିଚାର ପାଇଁ ଆବଶ୍ୟକ କର୍ମଚାରୀ ଓ ଭିତ୍ତିଭୂମି କଣ ରହିଛି, ଏ ନେଇ ଜଣାଇବାକୁ ରେଜିଷ୍ଟର ଜେନେରାଲଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ରାଜନେତାଙ୍କ କେଉଁ ସବୁ ମାମଲାରେ ଉପରିସ୍ଥ ଅଦାଲତଙ୍କ ରହିତାଦେଶ ରହିଛି ସେ ନେଇ ମଧ୍ୟ ଜଣାଇବାକୁ ରେଜିଷ୍ଟରଙ୍କୁ କୁହାଯାଇଛି।

ରାଜନୀତିକୁ ଅପରାଧମୁକ୍ତ କରିବାକୁ ଅପରାଧିକ ପୃଷ୍ଟଭୂମି ଥିବା ବିଧାୟକ ଓ ସାଂସଦମାନଙ୍କ ବିରୋଧରେ ଥିବା ମାମଲା ଗୁଡିକର ତ୍ୱରିତ ବିଚାର ପାଇଁ ୨୦୧୬ରେ ଅଶ୍ୱିନୀ କୁମାର ଉପାଧ୍ୟାୟ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ କରିଥିଲେ।

ଏହି ମାମଲାର ଶୁଣାଣି କରି ସମସ୍ତ ହାଇକୋର୍ଟଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ଅାସନ୍ତା ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

You might also like