କ୍ୱାରେଣ୍ଟିନ୍ ସେଣ୍ଟରରେ ଯୁବତୀଙ୍କୁ ଅସଦାଚରଣ

ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ିର ଏକ କ୍ୱାରେଣ୍ଟିନ ସେଣ୍ଟରରେ ଯୁବତୀଙ୍କୁ ଅସଦାଚରଣ। ଅଭିଯୋଗ ରାତିରେ ଦୁଇ ଜଣ ଯୁବତୀ ଶୌଚାଳୟ ଯାଇଥିବା ବେଳେ ଜଣେ ଯୁବକ ଅସଦାଚରଣ କରିଥିବା ଥାନାରେ ଅଭିଯୋଗ ହୋଇଛି। ଯୁବତୀ ଜଣକ ପାଟି କରିବାକୁ ସଂପୃକ୍ତ ଦୁର୍ବୃତ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ଏନେଇ ବିଡିଓଙ୍କୁ ଜଣାଇବା ପରେ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ପୀଡିତାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

ପ୍ରକାଶଥାଉକି, ଦାରିଙ୍ଗବାଡ଼ି ସ୍ଥିତ ଡକ୍ଟର ବିଆର୍‌ ଆମ୍ବେଦକର ଛାତ୍ରୀନିବାସ ସଙ୍ଗରୋଧ କେନ୍ଦ୍ରରେ ୨୯ ଜଣ ପ୍ରବାସୀଙ୍କୁ ରଖାଯାଇଥିଲା। ଆଉ ବିଳମ୍ବିତ ରାତିରେ ଦୁଇ ଜଣ ଯୁବତୀ ଶୌଚ ପାଇଁ ଶୈଚାଳୟକୁ ଯାଇଥିଲେ। ଏହି ସମୟରେ ପୂର୍ବରୁ ଛପି ରହିଥିବା ଜଣେ ପ୍ରବାସୀ ଶ୍ରମିକ ଜଣେ ଯୁବତୀଙ୍କୁ ଟଣାଓଟରା କରିଥିଲେ।

ଯୁବତୀ ଜଣକ ପାଟି କରିବା ପରେ ଅଭିଯୁକ୍ତ ଯୁବକ ଜଣକ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା। ଘଟଣା ସମ୍ପର୍କରେ ଯୁବତୀ ଜଣକ ଦାରିଙ୍ଗବାଡି ବିଡ଼ିଓଙ୍କୁ ଜଣାଇଲେ। ପରେ ପୁଲିସକୁ ଖବର ଦିଆଯାଇଥିଲା।

ଦାରିଙ୍ଗବାଡି ଥାନା ପୁଲିସ ପୀଡିତାଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରୁଛି। ସଙ୍ଗରୋଧ କେନ୍ଦ୍ରରେ ଏଭଳି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

You might also like