• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ମାଲକାନଗିରି(ଜିତେନ୍ଦ୍ର ବେଉରା) : ଝିଅ ବି କିଛି କମ୍‌ ନୁହଁନ୍ତି। ଝିଅ ଜନ୍ମ ହେଲେ ପରିବାରରେ ଏକ ବୋଝ ବୋଲି ସମସ୍ତେ ଭାବନ୍ତି। କିନ୍ତି ସମୟ ଆସିଲେ ସେଇ ଝିଅ ପୁଅ ଠାରୁ ଦୁଇ ପାଦ ଆଗେଇ ପରିବାର ପାଇଁ ସବୁ କରିଥାନ୍ତି।

ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ସଦର ମହକୁମାର କୁମୁଟିଗୁଡ଼ାରେ। ବାପାଙ୍କ ଶବକୁ କାନ୍ଧ ଦେଲେ ତିନି ଝିଅ। ପୁଅଟିଏ ଥିଲେ ଯାହା କରିଥାନ୍ତା , ତାହା ଏହି ଝିଅମାନେ କରିଦେଖେଇଛନ୍ତି। ବାପାଙ୍କ ମୃତ୍ୟୁ ପରେ ତାଙ୍କ ଶବକୁ କାନ୍ଧେଇ ଶ୍ମଶାନକୁ ନେଇଛନ୍ତି। ଆଉ ବ୍ରାହ୍ମଣଙ୍କ ଦ୍ୱାରା ସଂସ୍କାର କାର୍ଯ୍ୟରେ ମଧ୍ୟ ମାମିଲ ହୋଇଛନ୍ତି।

ସୂଚନା ଅନୁସାରେ, କୁମୁଟିଗୁଡାର ସୁଶାନ୍ତ ପଟ୍ଟନାୟକଙ୍କର ପରିବାର କହିଲେ ତାଙ୍କ ପତ୍ନୀ ଓ ତିନି ଝିଅ । ବ୍ୟବସାୟ କରି ପରିବାର ଚଳାଉଥିଲେ। ଗତ କିଛି ଦିନ ହେଲା ତାଙ୍କ ଅସୁସ୍ଥ ହୋଇଥିଲା । ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରୁତ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା।

ସୁଶାନ୍ତଙ୍କର ପୁଅ ନଥିବାରୁ ଏହି ତିନି ଝିଅ ହିଁ  ତାଙ୍କର ମୃତ୍ୟୁ ପରେ ସବୁ କାମ କରିଛନ୍ତି। ଏହି ତିନି ଝିଅ ମୃତଦେହକୁ ଶ୍ମଶାନକୁ ନେଇଥିଲେ। ସେଠାରେ ଉଦ୍ଦିଷ୍ଟ ସମସ୍ତ କ୍ରିୟା କର୍ମ କରିଥିଲେ। ଶ୍ମଶାନରେ ବ୍ରାହ୍ମଣଙ୍କ ଦ୍ୱାରା ସଂସ୍କାର କର୍ମରେ ମଧ୍ୟ ଏହି ଝିଅମାନେ ସାମିଲ ହୋଇଥିଲେ। ଶେଷରେ ବାପାଙ୍କ ଶେଷ ଇଚ୍ଛାକୁ ପୂରଣ କରିବାକୁ ଯାଇ ମୁଖାଗ୍ନି ଦେଇଥିଲେ।

ମାଲକାନଗିରିରେ ଏ ଘଟଣା ଏମିତି ପ୍ରଥମ କରି ଘଟିଥିବାରୁ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟମାନଙ୍କ ପାଇଁ ଏହି ତିନି ଭଉଣୀ ଉଦାହରଣ ପାଲଟିଯାଇଛନ୍ତି।

https://youtu.be/ly8Xn74reyU

Girls-light-fathers-funeral-pyre-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories